ଭାଙ୍ଗିଥିବା ସ୍ୱପ୍ନର ପୁନର୍ଜନ୍ମ ଲେଖକ - ଭବାନୀ ଶଙ୍କର ପାତ୍ର

*ଭାଙ୍ଗିଥିବା ସ୍ୱପ୍ନର ପୁନର୍ଜନ୍ମ*

ଜୀବନର ଶବ୍ଦ ହୁଏତ ସହଜ ହୋଇପାରେ, କିନ୍ତୁ ତାର ଅର୍ଥ ବୁଝିବା ବହୁତ୍ କଷ୍ଟ। ଗୋଟେ ମଧ୍ୟବିତ୍ତ ପରିବାରର ପିଲା ହିଁ ବୁଝିପାରେ ଜୀବନର ଅର୍ଥ କ’ଣ—ଆଖିରେ ବହୁତ୍ ସ୍ୱପ୍ନ, ମନରେ ଡର, ପୁଣି ଘରର ଦାୟିତ୍ୱର ବୋଝ ମୁଣ୍ଡରେ। ଆଶା ତ ଅନେକ, କିନ୍ତୁ ସେ ଆଶାକୁ ସ୍ୱପ୍ନର ରୂପ ଦେବା ପାଇଁ ନିଜ ସହ ଲଢ଼ିବାକୁ ପଡ଼େ, ପ୍ରେମକୁ ଜଳାଞ୍ଜଳି ଦେବାକୁ ପଡ଼େ ସ୍ୱପ୍ନ ଆଗରେ। ଯାହା ମୁଣ୍ଡରେ ଘରର ଦାୟିତ୍ୱ, ତାକୁ ପ୍ରେମରେ ପଡ଼ିବାକୁ ସମୟ ଅବା କାହିଁ?
ରାମନଗରରେ ବାସ କରୁଥିବା ୨୧ ବର୍ଷର ପିଲାଟିଏ, ନାଁ ତାର ରାକେଶ। ଶାନ୍ତ ସରଳ ସ୍ୱଭାବର ପିଲାଟି, ଘରର ସେ ବଡ଼ପୁଅ, ତା’ତଳେ ଗୋଟେ ସାନ ଭାଇ ଆଉ ଗୋଟେ ସାନ ଭଉଣୀ। ଘରର ଦାୟିତ୍ୱ ସବୁ ତା’ଉପରେ, ଯେହେତୁ ସେ ଘରର ବଡ଼ପୁଅ। ସେ ପାଠପଢ଼ାରେ ସବୁବେଳେ ପ୍ରଥମ, ସେ ଗୁଣରେ ଯେମିତି ବୁଦ୍ଧିରେ ମଧ୍ୟ ସେମିତି। ବୋଧହୁଏ ସେଥିପାଇଁ ସମସ୍ତଙ୍କର ସେ ପ୍ରିୟ।
ରାକେଶ +୨ ପରେ ବି.ଟେକ୍ (B.Tech) କରୁଥାଏ; ଆଖିରେ ଅନେକ ସ୍ୱପ୍ନ, ଭବିଷ୍ୟତକୁ ନେଇ ବହୁତ ଚିନ୍ତା। ରାକେଶ ହଷ୍ଟେଲରେ ରହି ପଢ଼େ। ଗୋଟେ ମଧ୍ୟବିତ୍ତ ପରିବାରର ପିଲା ହିଁ ବୁଝିପାରିବ ହଷ୍ଟେଲରେ ରହି ପଢ଼ିବା କେତେ ଯେ କଷ୍ଟ, ସେତେବେଳେ ବୁଝାପଡ଼େ ଖାଇବା ଆଉ ପଇସାର ମହତ୍ତ୍ୱ। ସେ ତା’ସ୍ୱପ୍ନକୁ ନେଇ ବଞ୍ଚୁଥାଏ—ସ୍ୱପ୍ନ ଭଲ ଇଞ୍ଜିନିୟରଟିଏ ହେବା ଆଉ ବାପା-ମା’ଙ୍କର ତା’ଉପରେ ଥିବା ଆଶା-ଭରସାକୁ ଜୀବନ୍ତ କରିବା।
ସେ ସମୟରେ ତା’ଜୀବନକୁ ଆସେ ଜଣେ ସୁନ୍ଦରୀ ନାୟିକା, ନାଁ ତାର ଗାୟତ୍ରୀ। ଶ୍ୟାମଳ ରଙ୍ଗ ହେଲେମଧ୍ୟ କୋଟି କୋଟି ଲାବଣ୍ୟ ତା’ଦେହରେ ଯେମିତି ଖଞ୍ଜା ହୋଇଯାଇଛି। ଦୁଇଜଣ ଗୋଟିଏ କଲେଜରେ ପଢ଼ନ୍ତି, କିନ୍ତୁ ଦୁଇଜଣଙ୍କର ବ୍ରାଞ୍ଚ ଅଲଗା। ଦୁହେଁ ଦୁହିଁଙ୍କୁ ମନେମନେ ଭାରି ପସନ୍ଦ କରନ୍ତି, କିନ୍ତୁ କେହି କାହାକୁ କହିପାରନ୍ତିନି। ସେମିତିରେ କିଛିଦିନ ଗଲାପରେ ଗାୟତ୍ରୀ ରାକେଶକୁ କହିଲା, "ରାକେଶ, ମୁଁ ତୁମକୁ ବହୁତ୍ ପସନ୍ଦ କରେ।" ରାକେଶ ମଧ୍ୟ ଖୁସି ହୋଇଗଲା ଆଉ କହିଲା, "ହଁ, ମୁଁ ବି ତତେ କହିବି ବୋଲି ଭାବୁଥିଲି, କିନ୍ତୁ ତୁ’ କ’ଣ ଭାବିବୁ ବୋଲି ମୁଁ କହିପାରୁନଥିଲି।"
ସେ ଦିନଠୁଁ ରାକେଶ ଓ ଗାୟତ୍ରୀଙ୍କ ସମ୍ପର୍କ ବନ୍ଧୁତ୍ୱରୁ ପ୍ରେମରେ ପରିଣତ ହୋଇଗଲା। ଏମିତି ବହୁତ୍ ଦିନ ବିତିଗଲା, ରାକେଶର ସ୍ୱପ୍ନ ଏବେ ହୋଇଗଲା ଗାୟତ୍ରୀ, ଆଉ ପାଠରେ ଏତେବି ମନ ଲାଗିଲାନି, ସବୁବେଳେ ଚିନ୍ତା ଗାୟତ୍ରୀ ପାଇଁ। ବର୍ଷ ପରେ ବର୍ଷ ବିତିଗଲା, ଏମିତି ସବୁ ପରୀକ୍ଷାରେ ରାକେଶ ଫେଲ୍। ଦିନେ ସ୍ୱପ୍ନ ଥିଲା ଗୋଟେ ଭଲ ଇଞ୍ଜିନିୟର ହେବା, ହେଲେ ପ୍ରେମରେ ରାକେଶ ଅନ୍ଧ।
କିଛିଦିନ ପରେ ଜଣାପଡ଼େ—ଗାୟତ୍ରୀର ପ୍ରସ୍ତାବ ଲାଗିଛି, ପୁଅ ପୋଲିସ ଚାକିରି କରିଛି ଏବଂ ଗାୟତ୍ରୀ ମଧ୍ୟ ରାଜି ଅଛି। ଏସବୁ ଦେଖି ରାକେଶ ଆଉ ସହିପାରେନି, ନିଜ ଭୁଲ୍‌କୁ ବୁଝି ପୁଣି ଲାଗିପଡ଼େ ନିଜ ସ୍ୱପ୍ନକୁ ପୂରଣ କରିବା ପାଇଁ। ରାତିଦିନ ଏକ କରି ଲାଗିପଡ଼ି ଏକ ନୂଆ ଅଧ୍ୟାୟ ସୃଷ୍ଟି କରେ। ସବୁ ପରୀକ୍ଷାରେ ଫେଲ୍ ହେଉଥିବା ପିଲାଟି ସବୁଥିରେ ଟପର୍ ହୁଏ ଏବଂ ତା’ସ୍ୱପ୍ନ ପୂରଣ କରେ।

ଭବାନୀ ଶଙ୍କର ପାତ୍ର 
ପାଣିକୋରଡ଼, ବାଙ୍କୀ,କଟକ

Post a Comment

0 Comments
* Please Don't Spam Here. All the Comments are Reviewed by Admin.

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!