ଅନଲାଇନ୍ ପ୍ରେମ
:- ଶୁଭଲକ୍ଷ୍ମୀ ଆଚାର୍ଯ୍ୟ (ବାଙ୍କୀ, କଟକ)
ଇନଷ୍ଟା ଚାଟିଙ୍ଗ୍ ରୁ ଭଲ ପାଇଥିଲି,
ଭାବିଥିଲି ଭଲ ଝିଅ
ହେଲେ କିଏ ଜାଣିଥିଲା,ସେ ସୁନ୍ଦରୀ ଝିଅର
ଅଛି ଗୋଟେ ସ୍ବାମୀ, ଆଉ ଅଛି ବି ଗୋଟିଏ ପୁଅ ।
ଯାହା ମାଗୁଥିଲା ଦେଉଥିଲି ସବୁ
ଲୋନ୍ କରିକି ଆଣି,
ଦେଇ ଦେଇ ସବୁ ଚୁଟି ଝଡ଼ିଗଲା
ପିଆଇଲା ମୋତେ ପାଣି।
ଆରେ କହୁଥିଲା ସିଏ,
ପୂର୍ବରୁ କେବେବି କାହାକୁ ପାଇନି ଭଲ ,
ତୁମେ ମୋ ପ୍ରଥମ, ତୁମେ ମୋର ଶେଷ,
କହିକି ମାରିଲା ତେଲ ।
କିସ୍ତି ବାଲା ମୋର ଘରେ ପଶୁଛନ୍ତି,
କରୁଛନ୍ତି ହଇରାଣ,
ଯେଉଁ ଝିଅ ପାଇଁ କରିଥିଲି ସବୁ
ମୁଁ ତା' ବ୍ଲକଲିଷ୍ଟ୍ ରେ ଜାଣ ।
ରହିଲି,
କେହି ହସିବେନି ମୋ ପ୍ରେମ କଥା ଶୁଣି,
ସମସ୍ତଙ୍କୁ ମୋର ରାଣ ।
✿◕✿


