ମଣିଷ ହଜିଗଲା ମଣିଷ ଭିତରେ
ଶକ୍ତି ମେହେର
ପର ଦୁଃଖ ଦେଖି ହସୁଛି ମଣିଷ
ନିଜ ଦୁଃଖ ଦେଖି କାନ୍ଦୁଛି,
ନିଜ ମାନକୁ ତଲେରଖି ଏଠି
ନିଜ ସ୍ୱାର୍ଥ ପଛେ ଧାଉଁଛି ।।
ମିଛ ଦୁନିଆଁରେ ପଡି ଏଠି ସେ
ମଣିଷ ପଣିଆଁ ଭୁଲିଗଲା,
ନିଜ ସ୍ୱାର୍ଥ ପାଇଁ ଲଢ଼ି ଏଠି ସେ
ଅନ୍ୟ ପଛରେ ଧାଇଁଲା ।।
ଅନ୍ୟ ନାରୀ ପଛେ ପଡି ତାର
ମର୍ଯ୍ୟାଦା ଆଉ ନାହିଁ ,
ଲୋକ ଅଛନ୍ତି ହଜାର ହଜାର
ସେ ସମ୍ପର୍କ ଆଉ ନାହିଁ ।।
ଜମି ପାଇଁ ନିଜ ଭାଇ କୁ ମାଇଲା
ନିଜ ବାପା ହେଲା ତାର ଶତ୍ରୁ,
ନିଜର ବୋଲି କିଛି ପାଇଲାନି ଏଠି
ଏକା ହୋଇଗଲା ମାତୃ ।।
ଦିନେ ଆଇନାକୁ ଯେବେ ପଚାରିବୁ ତୁ
କିଏ ଏଇ ବିଶାଳ ସଂସାରେ,
ଉତ୍ତର ଖୋଜି ପାଇବୁନି ତୁ
କାରଣ ମଣିଷ ହଜିଗଲା ମଣିଷ ଭିତରେ ।।
ନାମ - ଶକ୍ତି ମେହେର
ଠିକଣା - ଭେଡ଼େନ, ବରଗଡ଼

