ମୋ' ପ୍ରିୟ ଲାଗେ ସୁନ୍ଦର (ଜାନକୀ ମହାନ୍ତ)

ମୋ' ପ୍ରିୟ ଲାଗେ ସୁନ୍ଦର

ଜାନକୀ ମହାନ୍ତ




*(ରାଗ: କଳସା)* 

+++++++++++++++++++++++++++++++

ମୋର ପ୍ରିୟ ସାଥି ଅଟେ ବହୁତ ସୁନ୍ଦର 

ସୁନ୍ଦର ତା' ଦୁଇଆଖି ପ୍ରୀତି ପାରାବାର।।


ସୁନ୍ଦର ମୁଖମଣ୍ଡଳ ସୁନ୍ଦର ଚାହାଣୀ

ସୁନ୍ଦର ରାଜାଚାଲି ରେ ମନ ନିଏ କିଣି।।


ସୁନ୍ଦର ବାହୁଯୁଗଳେ ଶତସିଂହ ବଳ 

ମିଠା ମଧୁକଥା ତାର ଜିଣେ ହୃଦସ୍ଥଳ।।


ମିଠା ମିଠା ହସ ଦେଖି ଆତ୍ମ ମୋ' ବିଭୋର 

ଗୁଣୁଗୁଣୁ ସୁର ତା'ର ସତେ ବଂଶୀସ୍ୱର।।


ସରଳ ସଚ୍ଚୋଟ ସିଏ ଅମାୟିକ ବ୍ୟକ୍ତି 

ସ୍ୱଚ୍ଛ ଶୁଦ୍ଧ ଅନ୍ତରରେ ଜାଳେ ପ୍ରେମଜ୍ୟୋତି।।


ଭରସା ବିଶ୍ୱାସ ର ଅଟଇ ଅମ୍ବର 

ପ୍ରଣୟର ଅଟେ ସେହି ଅତଳ ସାଗର ।।


ରୂପରେ ଗୁଣରେ ବଳି ସେ ରାଜନନ୍ଦନ 

ଶରୀରେ ତା' ଆକର୍ଷଣ ଭରା ଯଉବନ।।

 

ତା' ଠାରୁ ବଳି ସୁନ୍ଦର ଜଗତରେ ନାହିଁ 

ତା' ପରି ଉତ୍ତମ ବନ୍ଧୁ ଯୁଗେ ଥାଉ ରହି।।

================================

ଜାନକୀ ମହାନ୍ତ

*ରାଜ୍ୟ ଉପ-ସଭାପତି*

ଓଡ଼ିଶା ସାହିତ୍ୟିକ ସଂଗଠନ

ଭୁବନେଶ୍ୱର, ଓଡ଼ିଶା

ବେଙ୍ଗାଲୁର

@copy right reserved 



Post a Comment

0 Comments
* Please Don't Spam Here. All the Comments are Reviewed by Admin.

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!