ସ୍ବପ୍ନ ନାୟିକା ♥️

ସ୍ୱପ୍ନ ନାୟିକା 

ଲେଖିକା - ପ୍ରତିଭା


ସେ ଦିନ ଥିଲା ଶନିବାର   ସନ୍ଧ୍ୟା  ସମୟ ପାଖାପାଖି  6.20 ହେବ ।
ଶନିବାର ବୋଲି ଅଫିସ ଟିକେ ଶୀଘ୍ର ଛୁଟି ହେଇଯାଏ  ।
ଘରୁ ଅଫିସ କୁ ହାରାହାରି 15 ମିନିଟ୍ ର ରାସ୍ତା..
ଆଉ ସେଇ ବାଟ ରେ ପଡେ ନୀଳ ମଉସା  ଙ୍କ ଚା ଦୋକାନ.
ଚା ପିଇବାର ବିଶେଷ ଆଗ୍ରହ ନ ଥିଲେ ବି 
ତାଙ୍କ ସ୍ନେହ ଆଉ ତାଗିଦ୍ କଲା ଭଳି କଥା  
ମୋତେ ଟାଣି ନେଇ ଯାଏ ସେଠିକି ।
ଦିନ ସାରା ର ସବୁ ଟେନସନ୍  ତାଙ୍କ ପାଖରେ ଲିଭିଗଲା ପରି ଲାଗେ ଯେମିତି .
ସେଦିନ ଶୀଘ୍ର ଛୁଟି ହେବାରୁ ଫେରିବା ବାଟରେ ପୁଣି ସେ ଦୋକାନ କୁ ଗଲି .
ଦୋକାନ ରେ ଏତେ ଭିଡ଼  ନ ଥିଲା ସେତେବେଳେ ..
ନୀଳ ମଉସା ମୋତେ ଦେଖି ହସିଲେ 
ଆଉ ବସିବାକୁ କହିଲେ..
ମୁଁ ବସୁ ବସୁ ପଚାରିଲି  କେମିତି ଅଛନ୍ତି ?
ପ୍ରତି ଉତ୍ତର ରେ କହିଲେ  - 
ଏମିତି ଆଉ  ଯାହା ତ ଦେଖୁଚ !
ସେ ଏତକ କହୁ କହୁ  ଚା କପ୍ ଟି ଏ 
ଆଣି ମୋ ହାତରେ ଦେଲେ  ।
ଆଉ ମୁଁ ଚା କପ୍ ଟା କୁ ନିଜ ଓଠ ରେ 
ଲଗେଇବା ବେଳେ  ହଠାତ୍ ଏକ ଅଜଣା 
ମିଠା ସ୍ୱର  ମୋ କାନରେ ବାଜିଲା ..!
ଆଜ୍ଞା.....
ଏଇଠୁ  ବଷ୍ଟାଣ୍ଡ କେତେ  କେତେ ଦୂର ..?
8..10 ସେକେଣ୍ଡ ଭିତରେ ଏଇ ଗୋଟେ ପ୍ରଶ୍ନ 2 ରୁ 3 ଥର ହେଇସାରି ଥାଏ  ।
ସବୁବେଳେ  ବକ୍ ବକ୍ କରୁଥିବା ମଣିଷ 
ମୁଁ..
ବୋକା ଙ୍କ ପରି ପାଟି ମେଳା କରି  ଆଁ କରି ଚାହିଁ ରହି ଥାଏ ।
ଲାଗୁଥିଲା ସବୁ ଶବ୍ଦ ଗୁଡା ମୋ ମୁହଁରୁ 
ଲୁଚି ଯାଇଛି ଯେମିତି  !!
ଝାପସା ଅନ୍ଧାର ରେ ବି  ତା ମୁହଁ ସ୍ପଷ୍ଟ 
ଜଣା ପଡୁ ଥାଏ..
ମୋ ଅଜାଣତରେ ..ତାକୁ ଦେଖି 
ମାୟାଧର ମାନସିଂହ.. ଭଞ୍ଜ କବି ଙ୍କର ସବୁ କଳ୍ପନା  ଉଙ୍କି ମାରୁ ଥାଏ  ।
ଏକ  ଅଜଣା  ଶିହରଣ ରେ ଥରି ଉଠୁ ଥାଏ  ମୋ ଶରୀର..
ତା ସୋନ୍ଦର୍ଯ୍ୟ ଆଗରେ ଭୁଲି ଯାଉଥିଲି ନିଜକୁ..
ତାର ସେଇ ଆଖିର ଗଭୀରତା ରେ ନିଜକୁ
ହଜେଇବାକୁ ବାରମ୍ବାର  ଇଚ୍ଛା ହେଉଥିଲା ..
କିଛି ସାହସ କରି  ତା  ପାଖକୁ  
ଯେମିତି ମୁଁ ମୋ ପାଦ ଆଗକୁ ବଢ଼େଇଲି
ଠିକ୍ ଏତିକି ବେଳେ..! ମୋ ବୋଉ..
ମୋ ହାତ କୁ ଜୋର୍ ରେ ହଲେଇ 
କହୁଥାଏ --
ଏଇ ଗଧ  ଉଠୁ...
ସକାଳ 9 ଟା ହେଲାଣି ପରା..!!
ଅଫିସ ଯିବୁନି କି  ??
 

        ପ୍ରତିଭା...
         
   

Post a Comment

0 Comments
* Please Don't Spam Here. All the Comments are Reviewed by Admin.

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!