ଆତ୍ମ ହତ୍ୟା
କାର୍ଯ୍ୟ ସାରି ମୋର
ଗନ୍ତବ୍ୟ ସ୍ଥଳକୁ ଫେରୁଛି
ଦେଖିଲି ପିଲାଟି ବିଚଳିତ ହୋଇ
ଭାରାକ୍ରାନ୍ତ ମନେ ବୁଲୁଛି l
ପାଖକୁ ଡ଼ାକି କି ପଚାରିଲି ତାକୁ
ପୁଅ ରେ କଣ ତୋର ହୋଇଛି
ଭଲ ପାଇବାର ବ୍ରେକ ଅପ୍ ପାଇଁ କି
ଆତ୍ମହତ୍ୟା ପାଇଁ ଆସିଛି l
ପଚାରିଲି ମୁହିଁ ଆରେ ବାପା ତୁହି
କେତେ ଦିନ ହେଲା ଭଲ ପାଇଛୁ
କୋହଭରା କଣ୍ଠେ କହିଲା ପିଲାଟି
ଦଶ ବର୍ଷ ହେଲା ପରସ୍ପର କୁ ଚିହ୍ନିଛୁ l
କହିଲି ମୁଁ ବାପା କି ଭଲ ପାଇବା ତୋହର
ମନେ ପକା ଟିକେ ଜନ୍ମ ଦାତ୍ରୀ ଆଉ ପିଅର l
ଜନ୍ମ ଦାତ୍ରି ତୋର ଭଲ ପାଇ ଅଛି
ଗର୍ଭ ରେ ଧାରଣ ଦିନରୁ
ପିତା ପୁଣି ତୋର ଦିନରାତି ଖଟି
ଚାନ୍ଦ ଦେଇଛନ୍ତି ସ୍ବର୍ଗ ରୁ l
ଭାଇଭଉଣୀ ର ଅନାବିଳ ସ୍ନେହ
ଭୁଲି କି ପାରିବୁ ମନରୁ
ଫେରି ଚାଲ ପୁତ୍ର ଭୁଲି ସେହି ପ୍ରେମ
ମାୟବିନି ମୃତୁ ଫାସରୁ l
ମାନିଲି ବଚନ କଲି ପ୍ରତ୍ୟାଖାନ
ମିଛ ମାୟବିନୀ ପ୍ରେମକୁ
ଜୀବନ ରେ ଆଉ ଭୁଲ କରିବିନି
ଫେରୁଛି ପିତାମାତା କୋଳ କୁ l
ଶୁଣି ମୋର ବାଣୀ ସେ କୁମର ମନି
କହିଲା ତା ମୁଣ୍ଡ ପୋତି
ଥିଲି ମୁଁ ଅଜ୍ଞାନ। ଅରଜିଲି ଜ୍ଞାନ
କରିବି ନାହିଁ ଅନୀତି l
ଦିଲ୍ଲୀପ କୁମାର ପ୍ରଧାନ
ସହକାରୀ ଶିକ୍ଷକ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାରବାଙ୍କ
ରେଢାଖୋଲ, ସମ୍ବଲପୁର