ବର୍ଷାକାଳିନ ପ୍ରେମ
ଲେଖିକା - ଅମ୍ରିତା ନାୟକ
ବର୍ଷା...
ଏ କେବଳ ପାଣିର ବୁନ୍ଦା ନୁହେଁ,
ଏ ହେଉଛି ହୃଦୟର ଅକୁହା କଥା,
ଆଉ ପ୍ରେମର ନିରବ ସଙ୍ଗୀତ।
ଯେତେବେଳେ କଳା ମେଘ ଆକାଶକୁ ଢାଙ୍କି ଦିଏ,
ସେତେବେଳେ ମୋ ମନରେ ଜାଗିଉଠେ ତୁମ ସ୍ମୃତି।
ପ୍ରଥମ ବର୍ଷା ବୁନ୍ଦ ମାଟିକୁ ଛୁଇଁଲେ,
ମୋ ହୃଦୟ ନିରବରେ ତୁମ ନାମ ଉଚ୍ଚାରଣ କରେ।
ମାଟିର ସୁଗନ୍ଧରେ ମିଶିଯାଏ ଅନେକ ସ୍ୱପ୍ନ,
ପବନର ଝୋକାରେ ଭାସିଆସେ ତୁମ ହସ।
ବିଜୁଳିର ଚମକ ମୋତେ ଭୟ ଦେଉନି,
କାରଣ ମୋ ମନରେ ତୁମ ସ୍ମୃତି ଦୀପ ହୋଇ ଜଳୁଛି।
କେବେ ଭାବିଛ କି?
ବର୍ଷା ସମସ୍ତଙ୍କ ଘର ଛାତ ଉପରେ ସମାନ ଭାବେ ପଡ଼େ,
କିନ୍ତୁ ପ୍ରତ୍ୟେକ ହୃଦୟରେ ତାର କାହାଣୀ ଅଲଗା।
ମୋ କାହାଣୀର ପ୍ରତ୍ୟେକ ପୃଷ୍ଠାରେ,
ତୁମ ନାମ ହିଁ ଲେଖା ଅଛି।
ଯଦି ଦିନେ ତୁମେ ଏହି ବର୍ଷାରେ ଭିଜୁଥାଅ,
ଆକାଶକୁ ଥରେ ଚାହିଁ ଦେଖିବ।
ହୋଇପାରେ ସେହି ବୁନ୍ଦମାନଙ୍କ ଭିତରେ
ମୋର ନିରବ ଭଲପାଇବାକୁ ଅନୁଭବ କରିପାରିବ।
ସତ ପ୍ରେମ କେବେ ଶବ୍ଦରେ ନୁହେଁ,
ଅନୁଭବରେ ବଞ୍ଚିଥାଏ।
ବର୍ଷା ଥମିଯାଏ, ମେଘ ହଟିଯାଏ,
କିନ୍ତୁ ସତ ପ୍ରେମ ସମୟ ସହ ଆହୁରି ଗଭୀର ହୋଇଯାଏ।
ତେଣୁ ଆଜି ମୁଁ କେବଳ ଏତିକି କହିବି—
ପ୍ରେମ ଯଦି ବର୍ଷା,
ତେବେ ବିଶ୍ୱାସ ତାର ମେଘ।
ସମ୍ମାନ ତାର ପବନ,
ଆଉ ଅପେକ୍ଷା ତାର ସବୁଠାରୁ ସୁନ୍ଦର ଇନ୍ଦ୍ରଧନୁ।
ଆସନ୍ତୁ, ପ୍ରେମକୁ କେବଳ ପାଇବା ପାଇଁ ନୁହେଁ,
ତାକୁ ବୁଝିବା, ସମ୍ମାନ କରିବା ଓ ସାରା ଜୀବନ ସଂରକ୍ଷଣ କରିବା।
Adress_Dihadol,dhenkanal