କାହିଁର୍ ସୁଖ୍
ରାଜ୍ କିଶୋର ମିନ (ଜାମପାଲି , ବିନିକା, ସୁବର୍ଣ୍ଣପୁର
ଭାଷା -କୋଶଲୀ
ହେ ଭଗବାନ୍ ! ନେ ମୋର୍ ପରାନ୍
କେତେ ଦୁଃଖ୍ ଦେଉଛୁ ମତେ
ମୋର୍ କାଏଁ ଏଡ଼େ ଫଟା କପାଲ୍
ଲେଖା ଥିଲା ମଦୁଆ ଗୁଟେ ।
ଦିନ୍ ସୁଲହ ଘଡ଼ି ହାଏ ଧକ୍ ଧକ୍
ଆଁଖି ଝୁମୁରା ନାଇଁ ମୁଟେ
କୁଟୁମ୍ ପିଲା କେ ଭାଲ୍'ନି ନାଇଁନ
ମଦ୍ ପିଇ ବୁଲୁଛେ ଭଁଟେ ।
ବୁଆ ମୋର୍ ଦୁଇ ମହଲା ଘର୍ ଦେଖି
ଭାବିଲା ସୁଖେ ରହେବା ଝିଇ
ସୁଖର୍ ଭିତିରେ କେତେ ଦୁଃଖ୍ ଅଛେ
କାହାକେ ଆରୁ ପାରୁଛେଁ କହି ।
ଘର୍ କେ ଦେଖି କେବେ ନାଇଁ ଭାବ୍'ବ୍
ଘରେ ଥିବା ବନେ ଧନ୍ ସମ୍ପତ୍ତି
ଧନ୍ ସମ୍ପତ୍ତି ଥିଲେ କାଏଁ କର୍'ବ୍
ତାହିଁ ନାଇଁ ଥିଲେ ଟିକେ ଶାନ୍ତି ।
ଝିଇ ବିହା ଦେବ ବୁଝି ବିଚାରି
ନାଇଁ ଥାଉ ପଛେ ଚାକିରୀ
ଧନର୍ ଲୁଭେଁ ମଦୁଆ ଜୁଏଁ ନାଇଁ
କର୍'ବ ଦେଖ ଦୟାକରି ।
ଦୁଃଖ୍ କେତେ ପାଏସନ୍ ଯେ
ଦେଖିଛେଁ ଦିନେ ଦୁହି ଆଖି
ସୁରୁଜ୍ ଦେବତା ଉଗୁଛନ୍ ବୁଡ଼ୁଛନ୍
ପୁରା ଅଛନ୍ ଦେଖ ସାକ୍ଷୀ ।