ସ୍ଵାଭିମାନ ର ସୂର୍ଯ୍ୟାସ୍ତ ଲେଖକ - ଅମିତ ନାଏକ

ଶୀର୍ଷକ:- ସ୍ୱାଭିମାନର ସୂର୍ଯ୍ୟାସ୍ତ (ଅନୁଭୂତି )
ଲେଖକ: ଅମିତ ନାଏକ
ବରପାଲି, ବରଗଡ଼ 
ଜୀବନର ସନ୍ଧ୍ୟାତାରା ଯେତେବେଳେ ଢଳିପଡ଼େ, ସେତେବେଳେ ସଂସାରର ସବୁ ମାପ-ଚୁପ୍ ସମ୍ପର୍କଗୁଡ଼ିକ ଆପେ ଆପେ ପର ହୋଇଯାନ୍ତି। ଟଙ୍କା, ପଦବୀ ଆଉ ସ୍ୱାର୍ଥର ବେପାର ଭିତରେ ମଣିଷ ନିଜର ଆତ୍ମୀୟମାନଙ୍କୁ ଭୁଲିଯାଏ। ହେଲେ ଏଇ ଏକାକୀପଣ ଭିତରେ ବି ନିଜର ସ୍ୱାଭିମାନ, କାଗଜ-କଲମର ନିଷ୍କପଟ ସାଥ୍, ଆଉ ସେଇ ପ୍ରଭୁ କାଳିଆ ସାଆନ୍ତଙ୍କ ପ୍ରତି ଗଭୀର ବିଶ୍ୱାସ ମଣିଷକୁ କେବେ ସମ୍ପୂର୍ଣ୍ଣ ଏକା ହେବାକୁ ଦିଏନାହିଁ।
ଅତୀତକୁ ଫେରିଚାହିଁଲେ ଅନୁଭବ ହୁଏ—ଜୀବନ ଜିତିବା ପାଇଁ ବଡ଼ ବଡ଼ ଅଟ୍ଟାଳିକା କିମ୍ବା ପ୍ରାସାଦର ଆବଶ୍ୟକତା ନାହିଁ, ବରଂ ଗୋଟିଏ ନିଷ୍କଳଙ୍କ ହୃଦୟ ଆଉ ସ୍ୱାଭିମାନୀ ମନ ହିଁ ଯଥେଷ୍ଟ। ସ୍ୱାର୍ଥପର ଦୁନିଆ ଆଗରେ ମୁଣ୍ଡ ନନୁଆଁଇ, ନିଜ ସତ୍ୟର ବାଟରେ ଚାଲିବାରେ ଯେଉଁ ସାନ୍ତ୍ୱନା ଅଛି, ତାହା କୌଣସି ସମ୍ପତ୍ତିରେ ମିଳିପାରିବ ନାହିଁ।
ସୂର୍ଯ୍ୟାସ୍ତ ହେବା ପୂର୍ବରୁ ଆକାଶ ଯେମିତି ସବୁଠାରୁ ସୁନ୍ଦର ରଙ୍ଗରେ ସଜେଇ ହୁଏ, ସେମିତି ମଣିଷ ଜୀବନର ଶେଷ ମୁହୂର୍ତ୍ତ ଯାଏଁ ମାନବିକତା ଆଉ ଆତ୍ମସମ୍ମାନକୁ ବଞ୍ଚାଇ ରଖିବା ହିଁ ଜୀବନର ସବୁଠାରୁ ବଡ଼ ସାର୍ଥକତା।

Post a Comment

0 Comments
* Please Don't Spam Here. All the Comments are Reviewed by Admin.

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!