ସେ ସାକ୍ଷାତ୍ ବିଧାତା, ସ୍ନେହ ନିର୍ଝରିଣୀ ସିନ୍ଧୁ,
ଧୈର୍ଯ୍ୟର ପ୍ରତିମା, ସେ ଯେ ମୋର ପରମ ବନ୍ଧୁ।
ହୀରା, ମୋତି, ମାଣିକ୍ୟ ସବୁ ଫିକା ହେବ,
ବାପାଙ୍କ ଉପସ୍ଥିତି ଯେବେ ଘରେ ବାସୁଥିବ।
ସୂର୍ଯ୍ୟ, ଚନ୍ଦ୍ର, ତାରା ସାଜେ ମଉଳିବ,
ବାପା ଯେବେ ଛାୟା ତଳେ ଆଶ୍ରା ଦେଉଥିବ।
ଅନ୍ଧକାର ଶକ୍ତି ଯେତେ ଅପସରି ଯିବ,
ବାପାଙ୍କ ହାତଟି ଯେବେ ମୋତେ ଧରିଥିବ।
ଚତୁବର୍ଗ ଫଳପ୍ରାପ୍ତି ସାର୍ଥକ ହୋଇବ,
ତା'ଙ୍କ ଚରଣେ ଯେବେ ମୋର ଜୀବନ ସରିବ।
ବାପା ଏମିତି ଖଣ୍ଡେ ଅଟଳ ପର୍ବତ,
ଯେତେ ବାଝିଲେ ବି କେବେ ନୁହଁନ୍ତି ସେ ଧ୍ୱସ୍ତ...
ବାପା ଏମିତି ଖଣ୍ଡେ ନିର୍ମଳ ଆକାଶ,
ଯେତେ ମାପିଲେ ବି ସରିବିନି ପ୍ରକାଶ...
ବାପା ଏମିତି ଖଣ୍ଡେ ଜୀବନର ଦୀକ୍ଷା,
ଅନ୍ଧାରରୁ ଆଲୁଅକୁ କରାଏ ସମୀକ୍ଷା...
ବାପା ଏମିତି ଖଣ୍ଡେ ଅଫୁରନ୍ତ କାହାଣୀ,
ଯାର ଆଦି ନାହିଁ କି ନାହିଁ ଅନ୍ତ।
ପ୍ରୀତମ ପ୍ରମାଣିକ
ବାହାନଗା, ବାଲେଶ୍ୱର