ଅନାବିଳ ଅନ୍ତଃସ୍ୱର କବି - ଚତୁର୍ଭୁଜ ସାହୁ

*ଅନାବିଳ ଅନ୍ତଃସ୍ବର*

ତମ ମୁହଁର ତେଜ୍
ତମ କଥାର ଫାଜିଲାମି 
ଆଉ ତମ ହୃଦୟର ଛଳନା 
ମାପିବାକୁ ମୁଁ କିଏ ?

ତଥାପି ତମେ ବାଧ୍ୟ କର 
ଆନମନା ହେଲେ ଜିଦ୍ଦିକର 
ମାପିବାକୁ ସବୁକିଛି - ଦେହ ମନ ଚୈତନ୍ୟ 
ଆଉ ଉଷ୍ମତା ତୁମର .....

ତମ ହିଁ ଭିତରେ ନାଁ 
ତମ ନାଁ ଭିତରେ ହଁ 
ତମ ଛଳନାର ଗୋଲକଧନ୍ଦା ଭିତରେ 
ଏତେ ଯେ ଗୌରଚନ୍ଦ୍ରିକା 
ବୁଝିବାକୁ ବେଳ କାହିଁ ମୋର ....

ନାଁ ମୋର ଥିଲା ସାଧନା 
ନାଁ ଆରଧନା ନାଁ ଉପାସନା ....
ନାଁ ମୁଁ ଥିଲି ପରାଶର
ନାଁ ବୁଝିପାରୁ ଥିଲି ଶୂନ୍ୟବାଣୀ 
ଜଡ ଆଉ ଚେତନା ଭିତରେ 
ଦେଖିପାରୁଥିଲି ଯାତନାର ଯଉଘର କୁର୍ମବେଢ଼ା କାମନା
ଭବିଷ୍ୟ ଦିଗବିଦିଗ ଦିଗନ୍ତର...

ନାଁ ମୁଁ ବିଜ୍ଞାନୀ କୈବର୍ତ୍ତ ଥିଲି ଯେ ,
ଆହୁଲା ମାରିବା ଆଗରୁ ପରଖି ଥାନ୍ତି ଭୁତ ଭବିଷ୍ୟତ !
ତମ ସିଦ୍ଧି ଆଉ ସାଧନାର 
ବାରମ୍ବାର କଡ଼ ଲେଉଟାଉଥିବା ତମ ନିଷ୍ଠୁର ପ୍ରେମର...

ମୋ' ପାଇଁ ଶ୍ରେୟସ୍କର ଥିଲା - ହାରିଯିବା 
ଯେହେତୁ ମୁଁ ଦେଖିପାରୁଥିଲି 
ହାରିଯାଉଥିବା ମଣିଷ ଭିତରେ ମଣିଷ ପଣିଆ
ଭଲପାଇବାର ଦ୍ବାହିଦେଇ 
ତମେ ଠକିଦେଲ ଯେ ଫରକ୍ ନଥିଲା ,
ତମ ଫାଜିଲ୍ ହସକୁ କବୁଲ କରି 
ହୁଏତ ମୁଁ ଅଣନିଃଶ୍ବାସୀ ।
କିନ୍ତୁ ମୁଁ ବୁଝିଗଲି 'ବୁଦ୍ଧବାଣୀ'
କାମନାର ବିନାଶରେ ଦୁଃଖର ବିନାଶ - ଅତଏବ ହାରିଗଲି  ।
ହାରିବା ହିଁ ଥିଲା ଶ୍ରେୟସ୍କର - ସର୍ବୋପରି....

ତଥାପି କହିବି 
ମୁଁ ତଥାଗତ ନୁହଁ.....
ସାଧନା ମୋ' ସଙ୍ଘ
ଆରଧନା ମୋ' ବୁଦ୍ଧ 
ଉପାସନା ମୋ' ଧର୍ମ 
                          ଜନ୍ମ ଜନ୍ମ ପାଇଁ....
ହାରି ହାରି ବଞ୍ଚିଛି ମୁଁ 
ଯାହାପାଇଁ ଯାହାର ଦୟାରେ 
ମୟା ଠୁଁ ମୁଁ ବହୁଦୂରେ 
        ପାଇବାକୁ ନିର୍ବାଣ ଆଶାରେ.... ।

ସରକାରୀ ଉଚ୍ଚ ବିଦ୍ୟାଳୟ : ଓଷ୍କାପାଲି 
କିଶୋର ନଗର - ଅନୁଗୋଳ 
ସମ୍ପର୍କ - ୭୯୭୮୬୯୪୫୧୬

Post a Comment

0 Comments
* Please Don't Spam Here. All the Comments are Reviewed by Admin.

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!