ବ୍ୟଙ୍ଗ କବିତା କବି - ଦିଲୀପ କୁମାର ପ୍ରଧାନ

***ବ୍ୟଙ୍ଗ କବିତା ***
   ଭାଇ ଭଉଣୀ କହ କାହାଣୀ 
ପାଠଶାଠ ଆଜି ଚୁଲିକି ଗଲାଣି 
ପାଠ୍ୟ ପୁସ୍ତକ କୁ ଭୁଲି ଗଲେଣି 
କମ୍ପୁଟର TV ବାୟା କଲାଣି l 
ପିତାମାତା ମନେ କରଇ ଆଶ
ପୁଅଝିଅ ହେବେ ବଡ଼ ମଣିଷ l
ଘର ଘର ବୁଲି ଗୁଲି ଗପ କରୁଥା 
ଦେଶସେବୀ ହୋଇ ଫୋଟ ଛାଡୁ ଥା l
ଥରେ ଯେବେ ହୋଇ ଯିବୁଟି ନେତା 
ପାଞ୍ଚ ବର୍ଷ ଯାଏ ଦେଶ ଲୁଟୁ ଥା l
ଲୋକଙ୍କ ହିତ ରେ ନ ପୁରାଉ ମଥା 
ପଦ ଚାଲି ଗଲେ ପାଇବୁ ଭତ୍ତା l
ଗାଁ ଗାଁ ରେ ସ୍ୱୟଂ ସହାୟକ ଗୋଷ୍ଠୀ 
ଘରଣୀ ବୁଲଇ ଧରି ବ୍ୟାଗ ଭ୍ୟାନଟି l 
ରକ୍ତପିଆ ଓଠ    ପୁଣି କାଳୀ ମୂରତି 
ଘସା ଫୋନ ସହ ଥାଏ ଯେ ସ୍କଟି l
ଗୃହଲକ୍ଷ୍ମୀ ସକାଳୁ ସଞ୍ଜ କରଇ ଖଟି 
ଭାଗ୍ୟେ ଦୋଷ ଦେଇ ସ୍ୱାମୀ କରେ ପାଇଟି l
କଥା କଥାରେ ପତ୍ନୀ ଛାଡଇ ରଡି 
ସ୍ୱାମୀ ଷଣ୍ଢ ହୋଇ ଘର ସମ୍ଭାଳଇ 
ଯେସନକ ଧାଇ ବୁଢ଼ୀ l 
ପାଠ ଶାଠ ପଡ଼ି କରୁ ଶିକ୍ଷକତା 
ଚାକିରୀ ସରିଲେ ପାଉନି ଭତ୍ତା l
ଅଣ୍ଡା ଡାଲି ସୋୟାବଡି ଖାଉଥା 
ଅବସର ପରେ ବିକ ଚା ଦୋକାତା l
ପାଠ ପଢେଇବା ରେ ନଥାଏ ମନ 
କୋଚିଙ୍ଗ କେନ୍ଦ୍ର ରେ ତୁ ଦେଉ ଧ୍ୟାନ l
ଛୁଆଙ୍କୁ ରୁଣ୍ଢେଇ ଟାଣୁ ପଇସା 
ଏହା ହୁଏ ତୋର ନୀତି ବେଉସା l
ଦ୍ଵିତୀୟ ଭଗବାନ ବୋଲି ଦେଉ ସମ୍ମାନ 
ହେଉ ଡାକ୍ତର ଅବା ହେଉ ସର୍ଜନ l
ରୋଗୀ ଦେଖାବେଳେ ଦିଅନ୍ତି ପରାମର୍ଶ 
ବଂଚିବାରେ ଥିଲେ ଆଶା ନର୍ସିଂହୋମ ଆସ l
ସତେକି ଏମାନେ ମଶା କି ଡାଁଆଶ 
ଗରିବ ରକ୍ତ ପିଅନ୍ତି ଛାରପୋକ ସଦୃଶ୍ୟ l
ମାଛ ଖାଇବ ଇଲିଶି ଚାକିରୀ କର ପୋଲିସି 
ନିରୀହ ପାଉଛି ସଜା ଦୋଷୀ ଯାଉଛି ଖସି l 
ଝଗଡା ହୋଇ ନ୍ୟାୟଆଶାରେ ଯିବ ଥାନା 
ପୋଲିସି ଘାଣ୍ଟିବ ଉଭୟ ଦେବ ଜରିମାନା l
ଚୋର ପୋଲିସି ର ଅନାବିଳ ପ୍ରେମ 
     ଦେଖ ରହିଛି ଗୁପ୍ତ ସମ୍ପର୍କ 
ଯେମିତିଆ  କେଶ ହୋଇଥିଲେ ମଧ୍ୟ 
ଫାଇଲ ଚାପିବ ମିଳିଲେ ମୋଟା ଅଙ୍କ l
ବଡ଼ ପେଟ ପୁଣି ନିଶ ମୋଟୁଆ 
     ସାକ୍ଷତେ ସେ କୁମ୍ଭକର୍ଣ୍ଣ 
ବାଲି ଗୋଡି ଠାରୁ ବଟି ମାଲ ଯାଏ 
   ସହଜେ କରଇ ଜୀର୍ଣ l
ସରକାର କରେ ନବ ବନିକାରଣ 
ରକ୍ଷକ ଏଠାରେ କରେ ଭକ୍ଷଣ l
ଶାଳ ପିଆଶାଳ ଅବା ଶାଗୁଆନ 
ସରକାରୀ ଗାଡ଼ିରେ କରେ ଚାଲାଣ l
ମାରେ ଗଜରାଜ କରାଏ ଚାଷ ଅଫିମ 
ଥାଏ ସିଂହଭାଗ ରେ ତା ପକେଟ ଗରମ l

      ଦିଲ୍ଲୀପ କୁମାର ପ୍ରଧାନ 
ସହକାରୀ ଶିକ୍ଷକ,ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ବାରବାଙ୍କ 
       ରେଢ଼ାଖୋଲ,ସମ୍ବଲପୁର

Post a Comment

0 Comments
* Please Don't Spam Here. All the Comments are Reviewed by Admin.

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!