ମନ ର ଆସାକୁ ଲୁଚେଇ ରଖିଛି ,ପାରୁନାହିଁ ମୁଁ କହି
ଧର୍ମ ନ ଦେଖି ଭଲ ପାଇଲି ,କାନ୍ଦୁଛି ମୁଁ ଏଠି ରହି
ମିଛ କହି ମୋତେ କି ଲାଭ କଲ ,ଭୁଲିଗଲି ମୋ ନିଜକୁ
ନିଜକୁ ନିଜର କରିବା ପାଇଁ, ପଚାରୁଛି ମୋ ନିଜକୁ
କହିଥିଲୁ ତୁ ରହିବୁ ସାଥି, ମଝି ରାସ୍ତାରେ ଛାଡ଼ିଗଲୁ
ମୋ ମନକୁ ମୋଠାରୁ ନେଇ, କାହା ପାଇଁ ତୁ ରଖିଗଲୁ
କାହିଁକି ଏତେ ଭଲ ପାଇଲି, ଆଜି ନିଜକୁ ପଚାରୁଛି
ତୋ ଦେଇଥିବା ସବୁ ସ୍ମୃତି, ନିରବରେ ମୁଁ ସାଉଁଟୁଛି
ତୁ ଥିଲୁ ମୋର ସ୍ୱପ୍ନ ହୋଇ, ସ୍ୱପ୍ନ ଆଜି ଭାଙ୍ଗିଗଲା
ତୋ ହାତ ଧରି ଚାଲିବି ଭାବି, ମୋ ହାତ ଏକା ରହିଗଲା
ରାତି ସରିଯାଏ, ଦିନ ବିତିଯାଏ, ମନ ମୋ ତୋତେ ଖୋଜୁଛି
ଭୁଲିବାକୁ ଯେତେ ଚେଷ୍ଟା କରେ, ସେତେ ତୋତେ ମନେ ପକାଉଛି
ଯାହାକୁ ମୋର ଭାବିଥିଲି, ସେ ହେଲା ଆଜି ପର
ନିଜକୁ ନିଜେ ହରାଇଦେଲି, ତୋତେ କରି ମୋ ଘର
ନାମ - ବିଶ୍ୱଜିତ୍ ବାରିକ୍
ଜିଲ୍ଲା — ବାଲେଶ୍ୱର