ତୁମକୁ ଭାବି ଆଜି ବି ମନ ହୁଏ ବିରହୀ,
ତୁମ ବିନା ଜୀବନ ଲାଗେ ଅଧୁରା ରହି ।
କହିବାକୁ ଚାହିଁଥିଲି ମନର ସବୁ କଥା,
କିନ୍ତୁ ନୀରବ ରହିଗଲା ମୋ ହୃଦୟର ବ୍ୟଥା ।
ତୁମ ହସରେ ଲୁଚିଥିଲା ମୋର ଖୁସି,
କାହିଁ ଚାଲିଗଲା ତମେ ମୋତେ କରି ଦୋଷୀ ।
ତୁମ ପାଇଁ ଦେଖିଥିଲି ସ୍ୱପ୍ନ ଅନେକ,
ମୋ ଆଖି ଲୁହେ ଭାସିଗଲା ସବୁ ସ୍ବପ୍ନ ତକ ।
ତୁମେ ଚାଲିଗଲ, ରହିଗଲା ସ୍ମୃତି,
ମୋ ମନ ଖୋଜୁଛି ତୁମର ସେ ପୁରୁଣା ପ୍ରୀତି ।
ଭୁଲିବାକୁ ଚାହିଁଲେ ମନ ମାନେ ନାହିଁ,
ତୁମ ବିନା ଏକା ଏକା ବଞ୍ଚିବାକୁ ଇଛା ନାହିଁ ।
କେବେ ଭାବିନଥିଲି ଏମିତି ଦିନ ଆସିବ,
ନିଜର ବୋଲି ଭାବିଥିବା ମଣିଷ ଦୂରେ ଯିବ ।
ମୋ ପ୍ରେମ ରହିଗଲା ମନର ଭିତରେ,
ତୁମ କଥା ରହିଗଲା ମୋ ପ୍ରତି ନିଶ୍ୱାସରେ ।
ତୁମେ ଖୁସି ରୁହ, ଏତିକି ମୋର ଆଶା,
ଦିନେ ନା ଦିନେ ତୁମେ ବୁଝିବ ମୋ ହୃଦୟର ଭାଷା ।
ଅଧୁରା ରହିଗଲା ଆମ ପ୍ରେମର କାହାଣୀ,
ତଥାପି ତୁମେ ରହିବ ମୋ ମନର ରାଣୀ ।
_ବିଶ୍ୱଜିତ୍ ମଲ୍ଲିକ_
_ସିମ୍ୱାଳି, ଫୁଲବାଣୀ, କନ୍ଧମାଳ_