ଚାଲ ସାଥୀ ବଡ଼ଦାଣ୍ଡକୁ
କବି:-ଉତ୍କଳରାଜ ପ୍ରଧାନ
ଗୁପ୍ତ ଗୁଣ୍ଡିଚାରେ ଆସୁଛି କାଳିଆ
ପଦ୍ମନୟନାଙ୍କ ସାଥେ,
ଚହଳ ପକାଇ ବଡ଼ଦାଣ୍ଡ ଦେଇ
ଭକ୍ତଙ୍କୁ ଦେଖିବ ପଥେ।।୧।।
ବରଷକେ ଥରେ ବିମାନରେ ବସି
ବିମାନବଡ଼ୁଙ୍କ ସଙ୍ଗେ,
ଅଛୁଆଁ ଭକ୍ତଙ୍କୁ ଦେଖାଦିଏ ଜଗା
ନାରାୟଣୀଙ୍କ ମନ୍ଦିରେ।।୨।।
ସହଳ ସହଳ ଚାଲ ସାଥୀ ଚାଲ
ଯିବା ଆମେ ବଡ଼ଦାଣ୍ଡ,
ସହଳ ନଗଲେ ମୋ କାଳିଆ ରଜା
କରିଦେବ ନାନା କାଣ୍ଡ।।୩।।
ବାଡ଼ିର ନଡ଼ିଆ ସହିତ ତୁଳସୀ
ସାଥିରେ ଆଣିଛି ମୁହିଁ,
ଦାଣ୍ଡପନ୍ତିରେ ମୁଁ ନଡ଼ିଆ ତୁଳସୀ
ଦେବି ତା ମୁହଁକୁ ଚାହିଁ।।୪।।
ଚଞ୍ଚଳ ଚଞ୍ଚଳ ଚାଲ ହୋ ସଙ୍ଗାତ
ସଜ ହେବଣି କାଳିଆ,
ଚଞ୍ଚଳ ନଗଲେ ବାହୁଡ଼ିବ ଜଗା
ମନ ମୋ ହେବ ପାଗଳା।।୫।।
କଥା ଦେଲା ବୋଲି ସିନ୍ଧୁର ସୁତାଙ୍କୁ
କରୁଛି ସେ ଏତେ ନାଟ,
ଗୁପ୍ତ ଗୁଣ୍ଡିଚାରେ ଶ୍ରୀକ୍ଷେତ୍ର ପୁରୀରେ
ଲାଗିଅଛି ହରିହାଟ।।
ଦୁର୍ଗାମାଧବଙ୍କ ଶ୍ରୀମୁଖ ଟିକିଏ
ନପାରିଲେ ମୁହିଁ ଦେଖି,
ବାଡ଼ିର ନଡ଼ିଆ ସହିତ ତୁଳସୀ
କାହାକୁ ଦେବି ଲୋ ସଖି ? ।।୭।।
ଚାଲ ହେ ସଙ୍ଗାତ ଚାଲ ମୋର ସାଥୀ
ଚାଲ ଯିବା ପୁରୀଧାମ,
ବିମାନେ ଦେଖିବା ଦୁର୍ଗା ଓ ମାଧବ
ଜପିବା ଦେବୀଙ୍କ ନାମ।।୮।।
ନିଜ ଲେଖା ଦେବା ପାଇଁ ଯୋଗାଯୋଗ କରନ୍ତୁ 😊
Send your article to
Jagruti Patrika WhatsApp number:- 8117962157
Jagruti Patrika Email : - jagruti.emagazine@gmail.com
