ନବ ରାତ୍ରି ର ନବ ରଙ୍ଗ
କବି:- ଭାଗବତ ସାହୁ
ଆଶ୍ୱିନ୍ୟ ମାସର ଶୁକ୍ଳପକ୍ଷ ହୁଏ
ମା ଦୁର୍ଗା ଙ୍କର ପୂଜା
ମହାଳୟା ଠାରୁ ମୃଣାଳ ମୂର୍ତ୍ତି ରେ
ରଙ୍ଗ ତୁଳି ପଡ଼େ ଖୋଜା !!
ନବ ରାତି ପୂଜା ହୁଏ ନ ଦିନ
ନ ରଙ୍ଗେ ମା ସଜା
ପ୍ରଥମ ଦିନରେ ହଳଦିଆ ପିନ୍ଧି
କରନ୍ତି ସଭିଏଁ ପୂଜା !!
ଦ୍ୱିତୀୟ ଦିନରେ ସବୁଜ ରଙ୍ଗ କୁ
ମାଆ ଲାଗି ହୁଏ ସଜା
ସେହି ରଙ୍ଗ ଲୁଗା ପିନ୍ଧି ପୂଜିଆଳି
କରନ୍ତି ମାଆ ଙ୍କ ପୂଜା !!
ତୃତୀୟ ଦିନରେ ଧୂସର ରଙ୍ଗକୁ
ମାଆ କରିଥାନ୍ତି ଲୋଭା
ମନଜାଣି ଭକ୍ତ ସେହି ବସ୍ତ୍ର ପିନ୍ଧି
ମାଆ ପାଶେ ହୁନ୍ତି ଉଭା !!
ଚତୃର୍ଥ ଦିନରେ କମଳାର ରଙ୍ଗ
ମାଆ ମନ କିଣିଥାଏ
ସେହି ରଙ୍ଗ ଲୁଗା ପିନ୍ଧିଣ ଶ୍ରଦ୍ଧାଳୁ
ମାଆ ଆଗେ ଉଭା ହୁଏ !!
ପଞ୍ଚମ ଦିନଟି ଶାନ୍ତି ର ପ୍ରତିକ
ଧଳା ରଙ୍ଗ ମାଆ ଚାହେଁ
ନିଜକୁ ତ ଶାନ୍ତି ପ୍ରତିକ ସଜାଇ
ଭକ୍ତ ସଜବାଜ ହୁଏ !!
ଷଷ୍ଟି ର ଦିନରେ କାନ୍ତା ୟନୀ ବେଶ
ଦେବୀ ଦୁର୍ଗା ହୋଇଥାନ୍ତି
ନାଲି ରଙ୍ଗ ବସ୍ତ୍ର କରି ପରିହିତ
ଭକତ ତ ପିନ୍ଧି ଥାନ୍ତି !!
ସପ୍ତମୀ ଦିନରେ ନୀଳ ରଙ୍ଗ କୁ ମାଆ
ଆଦର ତ କରିଥାନ୍ତି
ମାଆ ମନ ଜାଣି ଭକତ ସକଳ
ସେହି ରଙ୍ଗ ପିନ୍ଧି ଥାନ୍ତି !!
ଅଷ୍ଟମୀ ଦିନରେ ଗୋଲାପୀ ରଙ୍ଗକୁ
ମାଆ ପାଇଥାନ୍ତି ଭଲ
ଗୋଲାପୀ ରଙ୍ଗର ବେଶ ବୁଶା ପିନ୍ଧି
ଭକ୍ତ ପୂଜା କରେ ମାଆର !!
ନବମୀ ଦିନରେ ବାଇଗଣୀ ରଙ୍ଗ
ଲୋଭି ମାଆ ଦଶ ଭୁଜା
ସେହି ରଙ୍ଗ ଲୁଗା ପିନ୍ଧି ଭକ୍ତ ଜନ
କରିଥାନ୍ତି ମାଆ ପୂଜା!!
ରଙ୍ଗ ଘେନି ଭକ୍ତ କରିଥିଲେ ପୂଜା
ମାଆ ଦୁର୍ଗା ହୁଏ ଖୁସି
ଭକତ ଜନଙ୍କ ମନ ଜାଣି ମାଆ
ଆଶିଷ ଥାଆନ୍ତି ବାଣ୍ଟି !!
ଭାଗବତ ସାହୁ
ନିଜ ଲେଖା ଦେବା ପାଇଁ ଯୋଗାଯୋଗ କରନ୍ତୁ 😊
Send your article to
Jagruti Patrika WhatsApp number:- 8117962157
Jagruti Patrika Email : - jagruti.emagazine@gmail.com
