ମୁଁ ଅପେକ୍ଷା କରିଛି ଭଲ ସମୟକୁ,
କ'ଣ ସେ ଆସିକି ସବୁ କିଛି ଠିକ୍ କରିଦବ,
ନା ଅବୁଝା ମନକୁ ସବୁ ବୁଝେଇଦବ,
କିଛି ଅଧାଗଢ଼ା ଥିବା ନୂଆ ସମ୍ପର୍କକୁ ଗଢ଼ିତୋଳିବ,
ମୁଁ ଅପେକ୍ଷା କରିଛି ।।
ମୁଁ ଅପେକ୍ଷା କରିଛି ଭଲ ମଣିଷଙ୍କୁ,
କ'ଣ ସେ ଆସିକି ମୋତେ ଆଗଭଳି ଭଲ ପାଇପରିବ,
ନା ମୋ ସହିତ ନୂଆ ଜୀବନ ଆରମ୍ଭ କରିପାରିବ,
ଭବିଷ୍ୟତର ସଫଳତାକୁ ଦେଖି ଖୁସିହୋଇ ପାରିବ,
ମୁଁ ଅପେକ୍ଷା କରିଛି ।।
ମୁଁ ଅପେକ୍ଷା କରିଛି ସେ ସୁନ୍ଦର ମୁହୂର୍ତ୍ତକୁ,
କ'ଣ ସେ ଆସିକି ଜୀବନକୁ ସୁନ୍ଦର କରିପାରିବ,
ନା ମୋ ସହିତ ମିଶିକି ସୁନ୍ଦରତାକୁ ଉପୋଭୋଗ କରିବ,
କିଛି ନୂଆ ଦୁନିଆ ବନେଇବା ସିଖେଇବ,
ମୁଁ ଅପେକ୍ଷା କରିଛି ।।
✍️ସଂଗ୍ରାମ ସେଠୀ
ହଳଦୀଗଡ଼ିଆ,କୋରେଇ,ଯାଜପୁର