ମୁଁ ମୋବାଇଲ କହୁଚି ( ଲେଖକ - ଅବିନାଶ ପଣ୍ଡା )

 ମୁଁ ମୋବାଇଲ୍ କ‌ହୁଛି...       

Abinash Panda(Balasore)
 
   👿👹☠️
ମୁଁ ମୋବାଇଲ୍ କହୁଛି, ମୁଁ ତୁମର ପିଲାଦିନ ଚୋରି କରିବି, ମୁଁ ତୁମର ଯୌବନ ମଧ୍ୟ ଚୋରି କରିବି । ତୁମେ ଶୀଘ୍ର ବୃଦ୍ଧ ହୋଇଯିବ। ମୁଁ ତୁମର ବୈବାହିକ ଜୀବନ ନଷ୍ଟ କରି ଦେବି । ମୁଁ ତୁମ ଆଗମୀ ଭବିଷ୍ୟତ ପିଢ଼ିଙ୍କ ଜୀବନ ନଷ୍ଟ କରିଦେବି । ମୁଁ ତୁମକୁ ଅଘୋଷିତ ମାନସିକ ରୋଗୀରେ ପରିଣତ କରି ଦେବି । ଆବଶ୍ୟକ ପଡ଼େ ତୁମର ସମାଜରେ ଥିବା ମର୍ଯ୍ୟାଦା, ଆତ୍ମ ସମ୍ମାନ ମଧ୍ଯ କ୍ଷଣିକରେ ଚୂର୍ ମାର୍ କରିଦେବି । ତେଣୁ ବନ୍ଧୁଗଣ, ମୋତେ ବୁଦ୍ଧିମାନ ଭାବରେ ବ୍ୟବହାର କର, ମୋ'ର ସୁବିଧା ଏବଂ ଅସୁବିଧା ମଧ୍ୟ ଅଛି । ମୁଁ ତୁମକୁ ଖେଳିବା ପାଇଁ କିମ୍ବା ବ୍ୟାୟାମ କରିବା ପାଇଁ ସମୟ ଦେବି ନାହିଁ । ମୁଁ ତୁମର ଦକ୍ଷତାକୁ ଅଧା କରିଦେବି । ତୁମେ କମ୍ କାମ କରିବ ଏବଂ ମୋତେ ଅଧିକ ଦେଖିବ । ବନ୍ଧୁଗଣ, ମୋତେ ସତର୍କତାର ସହିତ ବ୍ୟବହାର କର, ମୁଁ ତୁମକୁ ସେହି ଲୋକଙ୍କଠାରୁ ଦୂରେଇ ଦେବି ଯେଉଁମାନେ ତୁମର ବହୁତ୍ ନିକଟତର । ତୁମେ ମୋ ପ୍ରତି ନିଶାଗ୍ରସ୍ତ ହେବା ସହିତ, ମୁଁ ତୁମ ଉପରେ ପ୍ରଭାବ ପକାଇବା ଆରମ୍ଭ କରିବି । ପ୍ରଥମେ ମୁଁ ତୁମର ଆଖି ନଷ୍ଟ କରିବି, ତା'ପରେ ମୁଁ ତୁମର ନିଦ ଚୋରି କରିବି । ଧୀରେ ଧୀରେ ମୁଁ ତୁମର ସ୍ଵାସ୍ଥ୍ୟ ନଷ୍ଟ କରିବି, ମୁଁ ତୁମକୁ ସମ୍ପୂର୍ଣ୍ଣ ଅଳସୁଆ ଏବଂ ଲୋକେ ସାଧାରଣରେ ତିରସ୍କାର କରିବେ। ସମୟ ଆସିବ ମୁଁ ସମସ୍ତଙ୍କ ପାଖରେ ଦିନ ରାତି ୨୪ ଘଣ୍ଟା ଅବିଚ୍ଛେଦ୍ୟ ହୋଇ ଯିବି । ଏପରିକି ବାଥରୁମ୍‌ରେ ମଧ୍ଯ ସାଙ୍ଗରେ ଥ‌ିବି । ସମସ୍ତଙ୍କୁ ମିଛୁଆ କରିଦେବି । ପରିବାରର ବିଶ୍ଵାସ ଭାଙ୍ଗି ଦେବି ସମସ୍ତେ ସମସ୍ତଙ୍କୁ ଅବିଶ୍ଵାସ କରିବେ । ଶେଷରେ ମୁଁ ମୋ ପାୱାର (ଶକ୍ତି) ବଳରେ ସମସ୍ତଙ୍କ ସମ୍ପର୍କ ଭାଙ୍ଗି ଦେବି । ନିଷ୍ପତି ଆପଣଙ୍କର ମୁଁ ମୋବାଇଲ୍ କହୁଛି ।
✍️Abinash Panda(Balasore)

Post a Comment

0 Comments
* Please Don't Spam Here. All the Comments are Reviewed by Admin.

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!