ପ୍ରେମ ବିବାହ ନକରି ଭାଇ ମୁଁ
ଆରେଞ୍ଜ୍ ମ୍ୟାରେଜ୍ କରିଛି,
ବାପା ମାଆଙ୍କର ସମ୍ମାନ ଜଗିକି
ସବୁଦିନ ମୁଁ ମରୁଛି ।
ମୁଁ ଏମିତି ସ୍ତ୍ରୀଟେ ପାଇଛି.....
ହଁ, ସୁନ୍ଦରୀ ଟିକିଏ ଅଛି ବୋଲି ସିଏ
ମୁଁ ସବୁବେଳେ ଗର୍ବ କରୁଛି,
ଭାଇ, ଗୁଣ ଗୁଡା ତା'ର ଭାରି ପାଣିଚିଆ
ଖାଲି ରାଗ ତମତମ ହଉଛି ।
ମୁଁ ଏମିତି ସ୍ତ୍ରୀଟେ ପାଇଛି.....
ମହାରାଣୀ ମୋର ସକାଳୁ ନଉଠି
ଦିନ ଆଠଟାରେ ଉଠୁଛି,
କାମ ଦାମ ତା'ର ଚୁଲିକି ପଳାଉ
ତା' ମୋବାଇଲ୍ ଦେଖା ହଉଛି ।
ମୁଁ ଏମିତି ସ୍ତ୍ରୀଟେ ପାଇଛି.....
ଓଷା ପରବରେ ଶାଢ଼ୀ ଖଣ୍ଡେ ପାଇଁ
ସେ ଉପାସ କରିକି ରହୁଛି,
ତା' କାର୍ଯ୍ୟକଳାପ କୁ ଦେଖିକି ଭାଇ ମୋ
ମୁଣ୍ଡବିନ୍ଧା ଖାଲି ହଉଛି।
ମୁଁ ଏମିତି ସ୍ତ୍ରୀଟେ ପାଇଛି.....
ଟିକିଏ ଟିକିଏ କଥାରେ ସେ ମୋତେ
ଉଠୁବସ କରୁଛି,
ଯୈାତୁକ ଆଣିଛି ଘରକୁ ବୋଲି ସେ
ଡେଙ୍ଗୁରା ବାଡ଼େଇ ହଉଛି।
ମୁଁ ଏମିତି ସ୍ତ୍ରୀଟେ ପାଇଛି.....
ତୁମକୁ ବିବାହ କରିକି ମୁଁ ମୋର
ଜୀବନକୁ ନଷ୍ଟ କରିଛି,
ଏମିତି ସ୍ବାମୀଟେ ନମିଳୁ କାହାକୁ
ଓଲଟି ସିଏ ଏଇ କଥା କହୁଛି।
ମୁଁ ଏମିତି ସ୍ତ୍ରୀଟେ ପାଇଛି.....
ସବୁ ସହିଯାଅ ଭାଇମାନେ ମୋର
ଏଠି ସ୍ତ୍ରୀଙ୍କ ରାଜ୍ ଚାଲିଛି,
ମୁଁ ପୁରୁଷ ଟେ ହୋଇ ତା' ଆଗେ ହାରୁଛି
ମୁଁ ଏତିକି କହିକି ରହୁଛି ।
ମୁଁ ଏମିତି ସ୍ତ୍ରୀଟେ ପାଇଛି.....
*-ଶୁଭଲକ୍ଷ୍ମୀ ଆଚାର୍ଯ୍ୟ✍🏻*
*ବାଙ୍କୀ, କଟକ*