ମୁଁ ନାରୀ
କବୟତ୍ରୀ:- ସୁପ୍ରିୟା ବେହେରା (ଗଞ୍ଜାମ)
ମୁଁ ନାରୀଟିଏ ମୋର ବି ଥିଲା ଆଶାଟିଏ
ସାଇତି ରଖିଥିଲି ମନରେ ମୁଁ କେତେ ସ୍ବପ୍ନ,
ସ୍ନେହଁ, ଶ୍ରଦ୍ଧା, ଦୟା, କରୁଣା ହେଲା ଖାଲି ପ୍ରବଚନ
ଅନ୍ୟ କାହା ଖୁସି ଆଗରେ
ମୋ ଜୀବନ ହେଲା ଆଜି ମୂଲ୍ୟହୀନ... (୧)
ନିଜ ଖୁସିର ଲୋଭରେ ପଡ଼ି ମାରିଦେଲ ମୋତେ ଆଜି
ବାପା-ମାଁ, ଭାଇ-ଭଉଣୀ, ଏଠି କାନ୍ଦୁଛନ୍ତି ବସି,
ମୋତେ ମାରି ତୁମେ ପାଇଲ କି ସୁଖ
କାହାରି ମନରେ ନଥିଲା ଟିକେ ଦୁଃଖ...? (୨)
ଚୂନା ଚୂନା କରିଦେଲ ମୋର ପୂରା ଶରୀରକୁ
ନିଜ ସାଥେ ବାଣ୍ଟିନେଲ ମୋର ସବୁ ଖୁସିକୁ,
ଲିଭିଗଲା ମୋର ଜୀବନ ଦୀପ ତୁମ ଖୁସିର ଲୋଭରେ,
ମୋ କାହାଣୀ ଲେଖା ହେଲା ଆଜି କାଗଜ ପୃଷ୍ଠାରେ...(୩)
ନାରୀଟିଏ ବୋଲି କ'ଣ ନଥିଲା ମୋର ସ୍ୱାଧୀନ
ଏତେ ବଡ଼ ସମାଜ ଆଗରେ କରିଦେଲ ଅପମାନ,
ଦେଶ ସ୍ୱାଧୀନ ହୋଇବି ହୋଇଗଲି ଆଜି ପରାଧୀନ
କୁହ କେବେ ଦେବ ତୁମେ ନାରୀକୁ ସମ୍ନନ... (୪)
ନ୍ୟାୟ ପାଇଁ ଧାଉଁଛନ୍ତି ଘରଲୋକ ମୋର
କେବେ ଆସିବ ସେଇ ସମୟ ତୁମର,
ନ୍ୟାୟ, ଅନ୍ୟାୟ ମୋତେ ନାହିଁ ଅଗୋଚର
ତୁମ ଖୁସି ସାଜିଲା ଆଜି ଆତତାଇ ମୋହର... (୫)
ସମାଜର ଲୋକ ଏତେ ସ୍ୱାର୍ଥପର
ଭାବିବାକୁ ବି ଲାଗୁଛି ଭରି ଡର,
ବହୁତ୍ ହେଇଗଲା ଅପମାନ, ଅତ୍ୟାଚାର
ବନ୍ଦ୍ କର ଏଇ ନାରୀ ବଳାତ୍କାର... (୬)
ମାଆ ଝରାଉଛି ଆଖିର ଯେଉଁ ଲୁହର ଧାର
ରାକ୍ଷସ ଦେହରୁ କେବେ ଝରିବ ରକତର ଧାର,
ଆତଙ୍କିତ ହେବ ରାକ୍ଷସ ମରଣକୁ ଡରି
ମରିବ ନାହିଁ କେବେ ଆଉ ଏକ ନାରୀ... (୭)
ଦେଶ ସିନା ଆମର ହେଇଗଲା ଆଜି ସ୍ୱାଧୀନ
କେଉଁଠିନା କେଉଁଠି ନାରୀ
ଆଜି ବି ଅଟେ ପରାଧୀନ... (୮)
ନାରୀ ଅତ୍ୟାଚାର, ନାରୀ ବଳାତ୍କାର
ବଢୁଛି ସମାଜରେ ଦିନକୁ ଦିନ,
ଠିକ୍ ସମୟରେ ନ୍ୟାୟ ମିଳୁନାହିଁ
କେବେ ହେବ ନାରୀ ସମ୍ପୂର୍ଣ୍ଣ ସ୍ୱାଧୀନ... (୯)
ଆଖି ଥାଇବି ଲୋକେ ସାଜିଛନ୍ତି ଅନ୍ଧ
ବୁଝି ପାରୁନାହାନ୍ତି ନାରୀ ହୃଦୟର ଦ୍ୱନ୍ଦ୍ୱ,
ସମାଜ ଆଗରେ ଆଉ କେତେ ପାଇବେ କଷ୍ଟ
କେବେ ମିଳିବ ସେମାନଙ୍କୁ ଟିକେ ତୁଷ୍ଟ... (୧୦)
କେତେଦିନ ବଞ୍ଚିବ ନାରୀ ପୁରୁଷ ଇଷାରାରେ
କେତେଦିନ ଚାଲିବ ଆଉ ସମାଜ କଥାରେ,
କେବେ ହେବ ନାରୀ ସମ୍ପୂର୍ଣ୍ଣ ସ୍ୱାଧୀନ
ଦେଶ ହେବ ଗୋଟେ ସୁନ୍ଦର ଭୂବନ... (୧୧)
ଏଇ କଥା ଆମେ ସ୍ମରଣ କରିବା
ନାରୀକୁ ଯେ ଦୁର୍ବଳ ମନେ ନ କରିବା,
ନାରୀ ଯେ ଅଟଇ ଦେଶର ଗୌରବ
ନାରୀ ନିର୍ଯାତନକୁ ଆମେ ରୋକିବା... (୧୨)
✍️ସୁପ୍ରିୟା ବେହେରା
