ମହାସତୀ ଉର୍ମିଳା(ଦିଲ୍ଲୀପ କୁମାର ପ୍ରଧାନ)

 ମହାସତୀ ଉର୍ମିଳା

କବି:-ଦିଲ୍ଲୀପ କୁମାର ପ୍ରଧାନ



ନୁହେଁ ମନ୍ଦୋଦରୀ ନୁହେଁ ବlଳୀ ନାରୀ 
        ନୁହେଁ ପଣ୍ଡୁ ପତ୍ନୀ କୁନ୍ତୀ 
ନୁହେଁ ମୁଁ ବୈଦେହୀ ନୁହେଁ ଯlଜ୍ଞସେନୀ 
           ନୁହଁଇ ମୁଁ ପଞ୍ଚ ସତୀ l 
ଜନକ ଦୁହିତା ଲକ୍ଷ୍ମଣ ଙ୍କ ପତ୍ନୀ 
          ହୋଇଥିଲେ ପତିବ୍ରତା 
ପ୍ରଚ୍ଛଦ ନାୟିକା ଅଟେ ମୁଁ ଉର୍ମିଳା
           ସଦା ରହେ ନିରବତା l 
ଉତ୍ତଙ୍ଗ ଚରିତ୍ର ଶ୍ରେଷ୍ଠ ସେ ବ୍ୟକ୍ତିତ୍ୱ 
           ବର୍ଣ୍ଣିବା ଯେ ଅସମ୍ଭବ 
ପ୍ରେମ ତ୍ୟାଗ ଥିଲା ଶ୍ରେଷ୍ଠ ବଳିଦାନ 
           ଲୟ ଏକ ସ୍ୱାମୀ ଭାବ l 
ଭୋଗ ଠାରୁ ଶ୍ରେଷ୍ଠ ତ୍ୟାଗ ଶ୍ରେୟସ୍କର 
             ଉର୍ମିଳା କରେ ପ୍ରମାଣ 
ବଳି ଦେଇ ସ୍ୱାର୍ଥ ଅନ୍ୟ ର ହିତରେ 
            ଜୀବନ ଯେ ସମର୍ପଣ l
ଆଙ୍କନ୍ତି ଉର୍ମିଳା ଏକାନ୍ତରେ ବସି 
        ରାମ ରାଜା ଫୋଟ ଚିତ୍ର 
ଲକ୍ଷ୍ମଣ ବାଣୀରେ ଚମକି ଉର୍ମିଳା 
        ଫୋଟ ଚିତ୍ରେ ରେଖାପାତ l
ରେଖା ଫୋଟ ଚିତ୍ର ସତ୍ୟ ଯେ ହୋଇଲା 
            ରାମ ଯିବେ ବନବାସ 
ହୋଇ ସେବାକାରୀ ଅବା ଅଙ୍ଗରକ୍ଷୀ 
           ବନେ ଗବିବେ ଅବଶ୍ୟ l 
କରୁନାହିଁ ମନା ଯିବ ବନବାସ 
           ଘେନ ମୋର ନିବେଦନ 
ବୋଲେ ଚାନ୍ଦ ମୁହିଁ ଲୋତକ ଗଡ଼ାଇ 
          ନ ଦେଖିବ ଵାଳl ବଦନ l 
ଥାଇ ବନବାସେ ଅlସୁ ଯେତେ କ୍ଳେଶ 
              ସଜାଗ ଯେ ଅନୁକ୍ଷଣ 
ତପସ୍ବୀ ର ବ୍ରତ କରି ଆଚରଣ 
         ନ କରିବ କେବେ ମୈଥୁନ l
ସ୍ୱାମୀ ଅନୁରକ୍ତା ସେହି ପତିବ୍ରତା 
                 ଇଛନ୍ତି ବନ ଗମନ 
ପିତୃମାତୃ ସେବା ତୁମ ଶ୍ରେଷ୍ଠ କର୍ମ 
            କହେ ସୌମିତ୍ରୀ ନନ୍ଦନ l 
ବୋଲେ ମହାସତୀ ହେ ବୀର ଲକ୍ଷ୍ମଣ 
              ବନ୍ଦାଣ ମୁହିଁ କରିବି 
ଅକ୍ଷତ ସୁମନେ ବିଜୟ ତିଳକ 
           ଲଲାଟ ରେ ତୁମ ଦେବି l 
ବୋଲି ଏହି ବାଣୀ ଜନକ ତନୟା 
              ମନ୍ଦିରେ ନିଜ ଚଳିଲା 
ସୁବର୍ଣ୍ଣ ଥାଳରେ ପ୍ରଦୀପ ଜଳାଇ 
            ଖରେ ସେହୁ ବାହୁଡ଼ିଲା l
ଦେଖିଲା ସମ୍ମୁଖେ ରାମ ସହ ସୀତା 
             ଲକ୍ଷ୍ମଣ ଯେ ଅନୁଗାମୀ 
ମନେ ଚିନ୍ତେ ବାଳା ବନ୍ଦlଣ ଥାଳକୁ 
              କେବେ ରଖିବନି ଭୂମି l 
ଛିଡ଼ା ଏକ ପାଦେ ଚଉଦ ବରଷ 
         ଅପେକ୍ଷା ସୌମିତ୍ରୀ ନନ୍ଦନ 
ପୁଜି ଭୋଳାନାଥ ପତି ର ମଙ୍ଗଳ 
               ହୋଇ ହର୍ଷ ଚିତ୍ତ ମନ l
ଲଙ୍କା ସୁନାଶିର ଏକଘନୀ ଶର 
            ହୃଦେ ପଡିଲା ଲକ୍ଷ୍ମଣ 
ମନ ରେ ଚିନ୍ତିଲା ଜନକ ତନୟା 
           ଦୀପ ଲିଭେ କି କାରଣ l
ମୃତ୍ୟୁ ସଙ୍ଗେ ରଣ କରନ୍ତି ଲକ୍ଷ୍ମଣ 
              ଜମ୍ଭୁ ନଦ କଟକରେ 
ହୋଇଲେ ପ୍ରଭାତ ନିଶ୍ଚେ ହେବେ ହତ 
            ରଖି ନପାରିବେ ଶୂରେ l
ଯଦି ସ୍ୱାମୀ ଭକ୍ତା ଅଟେ ପତିବ୍ରତା 
              ଉଦେ ହେବନି ତପନ 
ପୁଜେ ଶୁଳପାଣି ତହୁଁ ସେ ରମଣୀ 
               ମନରେ କରିଣ ଧ୍ୟାନ l
କlଳନେମୀ ନାଶି ଗନ୍ଧର୍ବେ ବିନାଶି 
                 ଆଣିଲା ଗନ୍ଧମାର୍ଦନ 
ସେ ବୈଦ ସୁଶେଣ ଔଷଧ ଲେପନ 
           ଜାଗେ ସୌମିତ୍ରୀ ନନ୍ଦନ l 
ନିର୍ବାପିତ ଦୀପ ପ୍ରଜ୍ବଳିତ ହେଲା 
            ଉର୍ମିଳା ଯେ ପ୍ରଫୁଲ୍ଲିତ 
ସତୀତ୍ଵ ବଳରେ ଜନକ ତନୟl
            ଲକ୍ଷ୍ମଣ ପୁନଃର୍ଜୀବିତ l
ଦିଲ୍ଲୀପ କୁମାର ପ୍ରଧାନ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!