ଏକ ମାସ ପୂର୍ତ୍ତି ଉପଲକ୍ଷେ– ଆପଣମାନଙ୍କୁ ଅଶେଷ ଧନ୍ୟବାଦ
ଆଜି 'ଜାଗୃତି' ସାପ୍ତାହିକ ଇ-ପତ୍ରିକା ସଫଳତାର ସହ ଏକ ମାସର ଯାତ୍ରା ପୂରଣ କରିଛି। ଏହି ଛୋଟ ଯାତ୍ରାର ପ୍ରତ୍ୟେକ ପଦକ୍ଷେପରେ ଆପଣମାନଙ୍କର ସ୍ନେହ, ବିଶ୍ୱାସ, ସହଯୋଗ ଓ ପ୍ରେରଣା ଆମର ସବୁଠାରୁ ବଡ଼ ଶକ୍ତି ହୋଇ ରହିଛି।
ଆମର ସମସ୍ତ ଲେଖକ, ପାଠକ, ଶୁଭେଚ୍ଛୁ, ସହଯୋଗୀ ଏବଂ ଜାଗୃତି ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ଆନ୍ତରିକ କୃତଜ୍ଞତା। ଆପଣମାନଙ୍କ ଅବଦାନ ବିନା ଏହି ସଫଳତା ସମ୍ଭବ ହୋଇନଥାନ୍ତା।
ଆମର ପ୍ରୟାସ ଆଗାମୀ ଦିନରେ ମଧ୍ୟ ଉଚ୍ଚମାନର ସାହିତ୍ୟ, ଜ୍ଞାନ, ସୃଜନଶୀଳତା ଓ ସାମାଜିକ ସଚେତନତାକୁ ପାଠକଙ୍କ ନିକଟରେ ପହଞ୍ଚାଇବା। ଆପଣମାନଙ୍କର ଏହି ଭଲପାଇବା ଓ ସହଯୋଗ ସଦା ଆମ ସହ ରହୁ।
ଆପଣଙ୍କ ବିଶ୍ୱାସ ହିଁ ଆମର ପ୍ରେରଣା।
ଧନ୍ୟବାଦ।
ଜାଗୃତି ପରିବାର
ସଚେତନ ସମାଜର ସ୍ୱର

