ତୁମ ପ୍ରେମର ରଙ୍ଗ

 ତୁମ ପ୍ରେମର ରଙ୍ଗ 




କବି:- ରାଜ୍ କିଶୋର ମିନ (ଗୁଲଠୁ) ,(ଜାମପାଲି, ସୁବର୍ଣ୍ଣପୁର)


ତୁମେ ଆସିଲ ବୋଲି ମୋ ଦୁନିଆ

ହସ ମୋର ଉଛୁଳିଲା

ଶୁଖିଲା ମରୁର ଏଇ ବାଲି ବନ୍ତରେ

ପ୍ରେମର ପୁଷ୍ପ ଫୁଟିଲା ।


ତୁମ ଆଖି ସେ ଗଭୀର ନୀଳିମା

କହେ ଅନେକ  କଥା

ତୁମ ସାଥିରେ ମୁଁ ଚାଲିବାକୁ ଚାହେଁ

ଭୁଲି ଅତୀତର ବ୍ୟଥା ।


ଜହ୍ନ ରାତିର ସେ ଶୀତଳ ଜ୍ୟୋତ୍ସ୍ନା

ଲାଗେ ତୁମ ପରି ସୁନ୍ଦର

ତୁମେ ହିଁ ମୋର ପ୍ରଥମ ଆବେଗ

ତୁମେ ହିଁ ମୋର ମନ୍ଦିର ।


ଯୁଗ ଯୁଗ ପାଇଁ ସାଥୀ ହୋଇ ରୁହ

ଧରି ମୋର ଏଇ ହାତ

ତୁମ ପ୍ରେମ ହିଁ ଜୀବନର ଆଲୋକ

ତୁମେ ହିଁ ମୋ ଶାଶ୍ଵତ ।



Post a Comment

0 Comments
* Please Don't Spam Here. All the Comments are Reviewed by Admin.

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!