ମାଆ ତୁ ମହିମା ମୂର୍ତ୍ତି ଟିଏ
ମହାନତା ମହାଶକ୍ତି ଟିଏ
ଜୀବନ ବୀଣାର ତନ୍ତ୍ରୀ ଧାରେ ପ୍ରୀତି ମମତା ମଧୁର ଗୀତି ଟିଏ ।
ମାଆ ତୁ ଅମୃତ ସିନ୍ଧୁ ଟିଏ
ପୂର୍ଣ୍ଣିମାର ପୂର୍ଣ୍ଣ ଇନ୍ଦୁ ଟିଏ
ସୁଖେ ଦୁଃଖେ ରହିଥାଉ ପାଖେ ପାଖେ ଅତି ଆପଣାର ବନ୍ଧୁ ଟିଏ ।
ମା ତୁ ମମତା ମାଳି ଟିଏ
ସେନେହ ସୁମନ କଳି ଟିଏ
ଜିତି ପାରୁ ତୁହି ସବୁରି ହୃଦୟ ପ୍ରୀତି ଫୁଲ ବନ ମାଳି ଟିଏ ।
ମା ତୁ କୋମଳ ମତି ଟିଏ
ସରଳ ବିରଳ ବ୍ୟକ୍ତି ଟିଏ
ଅନ୍ଧାର ମନରେ କଣ୍ଟକ ବନରେ ଜାଜୁଲ୍ୟ ସମାନ ଜ୍ୟୋତି ଟିଏ ।
ମାଆ ତୁ ପ୍ରେମ ପ୍ରବନ୍ଧ ଟିଏ
ଆନନ୍ଦ ରାଗେ ସୁଛନ୍ଦ ଟିଏ
ଉଦାର ହୃଦରେ ଗଢୁ ତୁ ଆଦରେ ସମ୍ପର୍କର ସେତୁବନ୍ଧ ଟିଏ ।
ମାଆ ତୁ ପରମ ଦୁଃଖୀ ଟିଏ
ଦୁଃଖରେ ତୁ ମହାସୁଖୀ ଟିଏ
ଅଦିନ ମେଘରେ ନିତି ଭିଜୁ ଥାଉ ଲୁହ ଛଳଛଳ ଆଖି ଟିଏ ।
ମାଆ ତୁହି ଦୟାବତୀ ଟିଏ
ସହିଷ୍ଣୁତା ମହାଶକ୍ତି ଟିଏ
ଜୀବନେ କ୍ରାନ୍ତିର ବିଭୀଷିକା ଟାଳୁ ଶାନ୍ତିକାରୀ ସେନାନେତ୍ରୀ ଟିଏ ।
ମାଆ ତୁ ଗହନ ଗାଥା ଟିଏ
ଅକୁହା କୁହୁକ କଥା ଟିଏ
ତୁ ଆଶା ଭରସା ଏଇ ଦୁନିଆରେ ଦୁଃଖ ବରଷାକୁ ଛତା ଟିଏ ।
ମାଆ ତୁ ଅସୁଝା ୠଣ ଟିଏ
ଅବୁଝା ଅଝଟ ପଣ ଟିଏ
ଚିରି ତୋର ଅନ୍ତ ପିଆଇ ଅମୃତ ମୋ ପିଣ୍ଡେ ଦେଇଛୁ ପ୍ରାଣ ଟିଏ ।
ମାଆ ତୁ ଅଧୁରା ଆଶା ଟିଏ
ବାତ୍ସଲ୍ୟର ପରିଭାଷା ଟିଏ
ଜୀବନ ଜଞ୍ଜାଳେ ତୋ ଅଞ୍ଚଳ ତଳେ ଗଢିପାରୁ ଦୃଢ ବସା ଟିଏ ।
ମାଆ ତୁ ନିଃସ୍ୱାର୍ଥପର ଟିଏ
ପୂଣ୍ୟତୋୟା ନଦୀ ଝର ଟିଏ
ସଭିଏଁ ତୋହର ତୁହି ସଭିଙ୍କର ଏ ସଂସାର ତୋର ଘର ଟିଏ ।
ମାଆ ତୁ ପବିତ୍ର ଆତ୍ମା ଟିଏ
ମୁକ୍ତିର ଉତ୍ତମ ପନ୍ଥା ଟିଏ
ତୋ ହାତ ପରଶେ କୋଟିପ୍ରାଣ ହସେ ସଂସାରେ ତୁ ପ୍ରାଣଦାତା ଟିଏ ।
ମାଆ ତୁ ଜ୍ଞାନର ଜ୍ୟୋତି ଟିଏ
ଗୀତା ଭାଗବତ ପୋଥି ଟିଏ
କବିର କାଳିରେ କବିତା ବଳୀରେ ଅମୃତ ପଦର ପଂକ୍ତି ଟିଏ ।
ମାଆ ତୁ ଅକ୍ଷୟ କୀର୍ତ୍ତି ଟିଏ
ଅଭୁଲା ଅତୀତ ସ୍ମୃତି ଟିଏ
ଏ ଦୁନିଆ ରଙ୍ଗମଞ୍ଚରେ ସତେ ତୁ ଜୀବନ୍ତ ଅଭିନେତ୍ରୀ ଟିଏ ।
ମାଆ ତୁ ଅମୂଲ୍ୟ ଧନ ଟିଏ
ବିଧାତାର ବରଦାନ ଟିଏ
ସାଗରୁ ଗଭୀର ହୃଦୟ ତୋହର ଆକାଶଠୁ ବଳି ମନଟିଏ ।
ମାଆ ତୁ ମହାନ ନାରୀ ଟିଏ
ତୋ ଗର୍ଭ ବସୁଧା ଭାରି ସହେ
କହିତ ନୁହଁଇ ତୋତେ ପ୍ରଶଂସାରେ ସଂସାରେ ତୋହର ସରି କିଏ ।
ମାଆ ତୁ ସୁନ୍ଦର ଛବି ଟିଏ
ହୃଦୟ ମନ୍ଦିରେ ଦେବୀ ଟିଏ
ତୋ ଗାଥା ଗାରିମା ବଖାଣି ବଖାଣି କଲମ ଚଳାଏ କବି ଟିଏ ।