ହେବି ପଛେ ଝିଅ, ହେବିନି କେବେ ପୁଅ
ଦିଲ୍ଲୀପ କୁମାର ପ୍ରଧାନ (ସହକାରୀ ଶିକ୍ଷକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାରବଙ୍କ, ରେଢ଼ାଖୋଲ, ସମ୍ବଲପୁର)
ହେ ବିଶ୍ଵ ବିଧାତା ପ୍ରକୃତି ନିୟନ୍ତା
ଘେନ ମୋର ପ୍ରଭୁ ପ୍ରଣାମ
ହେବି ପଛେ ଝିଅ ହେବି ନାହିଁ ପୁଅ
ବିକଳେ କାନ୍ଦୁଛି ମରମ l
ପୁତ୍ର ହୋଈ କରି ପିତାମାତା ପାଶେ
ହୋଇଛି ଗଳାର ହାର
ସମାଜ ରେ ମୁହିଁ ଲକ୍ଷ୍ୟ କରୁଅଛି
ପୁତ୍ର ବିବାହ ପର ସତ୍କାର l
ପିତାମାତା ହାତ ହୃଦୟେ ଦେଇକି
କହୁଥିଲେ ପୁଅ ଆମ ସୁନାମୁଣ୍ଡା
ଅଜି କହୁଛନ୍ତି ଭାରିଯା ତାହାର
ପୁଅ କୁ କରିଲା ମେଣ୍ଢା l
ବାପା ମା ପକ୍ଷ ନେଇ ସ୍ତ୍ରୀ କୁ କହିଲେ
ସ୍ତ୍ରୀ ସାଜେ ରଣଚଣ୍ଡି
ସ୍ତ୍ରୀ ପକ୍ଷେ ହୋଇଣ ପିତାମାତାଙ୍କୁ କହିଲେ
ବୋଲାଇବେ ପୁଅଟି ଆମ ଶ୍ରିଖଣ୍ଡି l
ପିତ୍ରାଳୟୁ ଯେବେ ଭାରୀଯା ଆସିଲା
ଥିଲା ତାର ଶେଷ କାନ୍ଦ
ସ୍ବପ୍ନରେ ବି ମୁଁ କଳ୍ପନା କରିନି
ହେବ ବୋଲି ମୋର ଖାଉନ୍ଦ l
ଯାଇ ମୁଁ ପାରୁନି ସ୍ଵର୍ଗପୁର ଅବା
ଫେରି ପାରୁନି ମର୍ତ୍ତ୍ୟକୁ
ବିଶ୍ୱାମିତ୍ର ସ୍ୱର୍ଗେ ଆଜି ବି ଝୁଲୁଛି
କହିବି ମୋ ଦୁଃଖ କାହାକୁ l

