ଭିନ୍ନ ଏକ ଦୁନିଆ ରେ ପ୍ରେମ ର ଭାଷା

 ଭିନ୍ନ ଏକ ଦୁନିଆ ରେ ପ୍ରେମ ର ଭାଷା






ନୂଆ ନୂଆ ଯେତେ ବେଳେ ପ୍ରେମ ହୁଏ ,, କଳା ବିଭାଗ ରୁ ମନ ଫେରି ଯାଇ ସେବେ ବାଣିଜ୍ୟ ବିଭାଗ ଆଡେ ଘୁରି ବୁଲେ ,, Sources literature of history ବହି ଭିତରୁ ବାହାରି mathmatics and statistics ସେତେ ବେଳେ ମୁଁ ନିଇତି ଘୋଷି ହୁଏ ,, ସିଡି ପାହାଚ ରେ ଯେବେ ତାଙ୍କ ସହ ଦେଖା ହେଇ ଯାଏ ସେବେ ମୋ ନଜର ତାଙ୍କ ଆଖି ଉପରେ ଆଉ ତାଙ୍କ ନଜର ତଳକୁ ହେଇ ଯାଏ ,, ସ୍ମାଇଲ , ସେଟ୍ ସ୍କୋୟର ରେ ମୁଁ ମୋ ପ୍ରେମ କୁ ମାପୁ ଥାଏ ,, ଆଉ ପ୍ରୋଟେକ୍ଟର ସେ ତା ଭାବନା କୁ ପ୍ରୋଟେକ୍ଟ କରୁଥାଏ ,, ସ୍ମାଇଲ ,,, practical କ୍ଲାସ୍ ର ଝରକା ସେପଟେ ମୋ ଆଖି କେବଳ ତାଙ୍କୁ ଖୋଜୁ ଥାଏ ଆଉ ତାଙ୍କ ଆଖି fundamentals of Data management ବହି ଉପରୁ ହଟୁ ନଥାଏ ! ମୁଁ ସାହିତ୍ୟ ଆଉ ନୋଟ୍ ବୁକ୍ ରେ ସମୟ ବିତାଉ ଥାଏ ପୁଣି ସେ ସଂଖ୍ୟା ଓ ହିସାବରେ ନିଜ କୁ ବେସ୍ତ ରଖୁ ଥାଏ । କ୍ୟାଣ୍ଟିନରେ ଚା' ପିଇବା ,, ଲାଇବ୍ରେରୀ ବାହାରେ ଅପେକ୍ଷା କରିବା ଆଉ କଲେଜ ସରିଲେ ମିଶିକି ଘର କୁ ଫେରିବା ଧୀରେ ଧୀରେ ଏସବୁ ସମ୍ପର୍କ କୁ ଆଉ ଟିକେ ଦୃଢ କରୁଥାଏ ,,, sociology ପଢିଲା ବେଳେ ମୋ ଆଖି ସାମ୍ନା ରେ ଖାଲି ତାଙ୍କ ମୁହଁ ଦିଶିଯାଏ କାରଣ ମୋ ଦୁନିଆ କହିଲେ ବା ମୁଁ ତାଙ୍କୁ ବୁଝୁଥାଏ। ଆକାଉଣ୍ଟସ୍ ର ସେ ମୋଟା ବହି ଗୁଡା ମୋ ପ୍ରେମ ରେ ଭାରି ହସ୍ତକ୍ଷେପ କରନ୍ତି ,, ତଥାପି ମୁଁ କେବେ ପଛ କୁ ଫେରିନି ସ୍ମାଇଲ ,,, ମୁଁ good morning କହିଲେ ସେ ମତେ a+b ra whole square ପଚାରୁଥିଲା ଆଉ ମୁଁ ହସି ଦେଖି କି 143 କହି ଚାଲି ଆସୁଥିଲି ,,, ସେ ମତେ ଲାଭ ଖ୍ୟାତି ର ହିସାବ ମାଗିଲେ  ,, ତୁମକୁ ହରେଇ ଦେଲେ ଖ୍ୟାତି ଆଉ ପାଇଗଲେ ଲାଭ ବୋଲି ମୁଁ ପ୍ରେମ ର ହିସାବ ଦଉଥିଲି ,, ସବୁ ହିସାବ  calculator ନୁହେଁ ମ କିଛି ହିସାବ ମୋ ହୃଦୟରେ ବି କରି ଦେଖ ଏତିକି କହିଲା ମାତ୍ରେ ତାର ସବୁ ବ୍ୟାଲାନ୍ସ ସିଟ୍ ଇନ୍ ବ୍ୟାଲାନ୍ସ ହେଇଯାଏ ,,, ସେ ମୋ ପ୍ରେମ ରେ ନ ଚାହିଁ ବି ବାରମ୍ବାର ପଡୁ ଥାଏ...!!

Post a Comment

0 Comments
* Please Don't Spam Here. All the Comments are Reviewed by Admin.

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!