ଏଇ କିଛି ଦିନ ହେଲା ଆକାଶେ ଉଇଁନି ଶଶୀ ,
କୁଆଡେ ଯାଇଛି?
ବସ୍ ଫେଲ୍ ହେଇଛି କି ?
ତରା ପଡ଼ୁଛନ୍ତି, ନକ୍ଷତ୍ର ବୁଲୁଛନ୍ତି।
ଶଶୀର ନାହିଁ ଖବର।
ମୁଁ ହେଇଯିବି କି ଅନ୍ଧ!
ପଚାରେ ମୁଁ ନୀତି କାଇଁ ମୋର ଶଶୀ
ଦୁଃଖ ମୋର ଭାଙ୍ଗିଲାଣି ବନ୍ଧ।
ଆକାଶରେ ବୁଲି ବୁଲି କାଳେ
କକ୍ଷଚ୍ୟୁତ ଥିବ ହେଇ ।
ନାଁ ପୁଣି କାଳେ ଚିର ଦିନ ପାଇଁ
ରାହୁ ଦେଇଥିବ ଖାଇ ।
କାହିଁ ଶଶୀ କାହିଁ ପଚାରେ ମୁଁ ଯେବେ
ସମସ୍ତେ ରୁହନ୍ତି ଚୁପ୍ ।
ଶଶୀ ଦିନେ ଦିନେ ଓହ୍ଲାଏ ତଳକୁ
ମାନେନି ସେ ରାତି ଦିନ ।
ହାତରେ ଖଣ୍ଡିଏ ନୋଟ୍ ବୁକ୍ ଧରି
କିଣି ନଉ ଥାଏ ମନ ।
କୋଉ ଛାୟାପଥେ ଚାଲିଗଲା ସିଏ
ପାଉନି ତାର ପତ୍ତା ।
କିଛି ଦିନ ହେଲା ଇନଷ୍ଟାଗ୍ରାମରେ
କଟି ନାହିଁ ତାର ଦିନ ।
ପାପ ଛୁଏଁ ମନେ କାଳେ କୋଉ ତରା
ଦେଇଥିବ ତାକୁ ମନ।
ଶଶୀ ବିନା ମନ ମୋର ଜଳେ
ଯେଣେ ଜଳ ବିନା ଜୀବନ।
କାହିଁ କାହିଁ ମୋର ଶଶୀ କେହି କୁହଥରେ
ଆସି କେଉଁଠି ଠିକଣା ତାର ।
ଲାଗୁଛି ତା ବିନୁ ଏଇ ଜୀବନଟା
ହେଇଯିବ ଦିଗ ହୀନ ।
ସୂର୍ଯ୍ୟକାନ୍ତ ସେଠୀ
ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ, କଟକ