ମୋର ବାହାଘର
କବି:- ଦିଲ୍ଲୀପ କୁମାର ପ୍ରଧାନ (ରେଢ଼ାଖୋଲ, ସମ୍ବଲପୁର)
ନାମ ମୋର ପ୍ରବୀର, ଘର କମଲପୁର
ପିତାମାତା ଙ୍କ ଏକ ମାତ୍ର କୁଳ ଅଙ୍କୁର l
ବୟସ ମୋର କୋଡ଼ିଏ ପନ୍ଦର
ବିବହା ପାଇଁ କନ୍ୟା ଖୋଜା ଚାଲିଛି ଏଥର l
ବାପା କରନ୍ତି ମହୁଲ ବେପାର
ମାଆ ସର୍ବଦା ବାଧିତ ଟାଇଫଡ ଜ୍ବର l
ଚାରି ପାଞ୍ଚ ସ୍ଥାନେ ପ୍ରସ୍ତାବ ପଡ଼ିଥିଲା ମୋର
ଭଗବାନ ଅଭିଶାପ ବିବାହ ଭାଙ୍ଗେ ବାରଂବାର l
ପାଣିଚିଆ ହୋଇଗଲା ମନ ମୋର
ଭାବିଲି ଆଉ ବେବିନି ବାହାଘର l
ସନ୍ୟାସୀ ହେବାପାଇଁ ମନ କଲି ସ୍ଥିର
ମୋ କଥା ଶୁଣି ପିତାମାତା ଦୁଃଖ ରେ ଅଧିର l
ମୋ ମନ କଥା ଜାଣିଲା ସାଙ୍ଗ ଚାମାର
ମୋତେ କହିଲା ରେ ପ୍ରବୀର ମନେ କିମ୍ପା ଖେଦ ତୋର l
ଚାଲ ଭୂଷଣ୍ଡପୁର ବିବାହ ନିଶ୍ଚିତ କରିବି ସ୍ଥିର
ସତେ ମରୁଭୂମି ରେ ପ୍ଲାବିତ ହେବକି ଝର l
ମନ ରେ ଆଶା ନେଇ ପୁଣି ବାହାରିଲି ଏଥର
କନ୍ୟା ଦେଖା ପାଇଁ ଦିନ ଧାର୍ଯ୍ୟ ହେଲା ବୁଧୁବାର l
ସରକାରୀ ଚାକିରୀ ସହକାରୀ ଶିକ୍ଷକ ମୋର
ସ୍ବାସ୍ଥ୍ୟ ଠିକ୍ କିନ୍ତୁ ବର୍ଣ୍ଣ ପାଚିଲା ଜାମୁ ପ୍ରକାର l
ମୁଖଚନ୍ଦ୍ର ଦେଖିବାକୁ କପି ପ୍ରବର
ମୁଣ୍ଡରୁ ସମ୍ପୂର୍ଣ ଉଡ଼ିଛି ଛପର l
ଆଗତୁରା ଚମାର ଦେଇଥିଲା ଖବର
ଯାଇ ପହଞ୍ଚିଲୁ କନ୍ୟା ଘର ସମୟ ଏଗାର l
ଆଜି କାଲି ସରକାରୀ ଜ୍ବାଇଁ ମିଳିବା ଦୁର୍ମୂଲ୍ୟ ବଜାର
ଆମକୁ ଦେଖି କନ୍ୟା ପିତା ଲସର୍ ପସର l
ଚା ଜଳ ଯୋଗ ପର୍ବ ସରିଲା ଆମର
ଭାଉଜ ସହିତ ସମୀପେ କନ୍ୟା ଆସିଲା ଏଥର l
କନ୍ୟା କୁ ଡେଖି ପଚାରିଲ ନାମଟି ତୁମର
କନ୍ୟା ପିତା କହିଲେ ଗେଲବସରେ ଥିବାରୁ ନାମ ଟି ଅତର l
କନ୍ୟା ଦେଖା ପର୍ବ ସାରି ଫେରିଲୁ କମଳପୁର
ପିତା ପଚାରିଲେ କନ୍ୟା ଦେଖିବକୁ କେଉଁ ପ୍ରକାର l
ମୋ ପାଟିରୁ ବାହାରିଲା ହଂସ ଚାଲି କୋକିଳ କଣ୍ଠି
ସିଂହ କଟି, ଶୁଆ ନାକି ଅତୀବ ସୁନ୍ଦର l
ମାମୁଁ, ପିତା ଗଲେ କନ୍ୟା ଘର
ବିବାହ ଧାର୍ଯ୍ୟ ହେଲା ମାର୍ଚ୍ଚ ପନ୍ଦର l
ଗାଁ ମୁଣ୍ଡରୁ ରୋଷଣୀ ଆରଂଭ ହେଲା ମୋର
ହାଡି ବାଜା, ବ୍ୟାଣ୍ଡ ବାଜା,DJ ଏକ ଆରକୁ ବଳିୟାର l
ଝିଅ ଘର ମାଇକ ଗାଉଥିଲା ଛି ରେ ମା
ମୁଇଁ ନାଇ ଯାଏଁ ନ କମଳ ପୁର l
ଯଥା ସମୟ ରେ ଆରଂଭ ହେଲା ବାହାଘର
ସାତ ପାଞ୍ଚ ଝିଅ ମେଳେ ବେଦୀକୁ ଆସିଲା ଅତର l
ମନ୍ତ୍ର ପଢିଲେ ବିପ୍ରବର
ଯଥା ପ୍ରବୀରସ୍ୟ ଅତର l
ବିବାହ ପରେ ବିଦାୟ ନେଲା ସାଙ୍ଗ ଚମାର
ସାଙ୍ଗରେ ଥିଲା ଛୋଟ ପୁତୁରା ଶେଖର l
ଶଶୁର ଘର ଭୋଜି ବଡ ଜୋରଦାର
ଲୋଭ ରେ ଖାଇଲି ମଟନ ଦନା ପନ୍ଦର l
ରାତ୍ରି ରତୃତୀୟ ପ୍ରହର, ଝିଙ୍କାରି ଝିଇଁ ଝିଇନ୍ ସ୍ୱର
ଲୋଭ ରେ ଖାଇଥିବା ଖାଦ୍ୟ କରିଲେ ଚିତ୍କାର l
ଉଠ ହୋ ଜ୍ବାଇଁ ପ୍ରବୀର୍
ଉର୍ଦ୍ଦୁ ଦ୍ଵାର ଅଧ ଦ୍ଵାର ଏବେ ଖାଲି କର l
ଆଜ୍ଞା ନଥିଲା ମୋର ଉପୟାନ୍ତର
ଘରୁ ବାହାର ହେଲି ଦଶ କି ପନ୍ଦର ଥର l
ଶେଷରେ ହାବୁଡେ ପଡିଲି ଗ୍ରାମବାସିଙ୍କର
ଉଠ ହୋ ଖଗେଶ୍ବର ତୁମ ଘରେ ପଶି ଅଛି ଚୋର l
ଶଶୁର ମୋର ଅତ୍ୟନ୍ତ ଚତୁର
ପ୍ରଥମୁ ଲକ୍ଷ୍ୟ କରିଥିଲେ ଗତିବିଧି ମୋର l
କହିଲେ କାହିଁ ପାଟି ଗୋଳ କର
ଏ ପରେ ଆମ ଅତର ର ବର l
ଏତିକି ରେ ଦୁର୍ଦ୍ଦଶା ସରିନି ମୋର
ସାଙ୍ଗରେ ଥିଲା ପୁତୁରା ଶେଖର l
ରାତ୍ରି ଚତୁର୍ଥ ପ୍ରହର ଗାନା ଗାଇବ କହିଲା ଶେଖର
ମୁଁ କହିଲି ବାପା ଶେଖର ଗାନା ଗାଇଲେ ଲୋକ ହେବେ ହରବର l
କିଛି ସମୟ ରହିଲା ଶେଖର
କହିଲା ଅସମ୍ଭାଳ ନିଶ୍ଚେ ଗାନା ଗାଇବି ଏଥର l
ମୁଁ କହିଲି ବାପରେ ଶେଖର
ଧୀରେ ଧୀରେ ଗାନା ଗା ମୋ କାନ ପାଖର l
ଆଜ୍ଞା ଜାଣି ନଥିଲି ଭାଉଜ ଓ ପୁତୁରା ଠାର
ପରିଶ୍ରା କରିଲା ମୋ କାନ ଭିତର l
ଲକ୍ଷ୍ୟ ଆପଣଙ୍କ ର କଣ ହୋଇଥିବ ଅବସ୍ଥା ମୋର
ଆଜ୍ଞା ନମସ୍କାର ଏଇ ଥିଲା ମୋ ବାହାଘର l
----------*---------

