ଶୀର୍ଷକ - ଝିଅ
ରାକ୍ଷୀ ପଧାନ (ଜିଲ୍ଲା - ବରଗଡ଼)
ଝିଅ ଟିଏ ମୁଁ ଝିଅ ଟିଏ
ପାହାନ୍ତି ସକାଳ ଖରା ଟିଏ।
ଝିଅ ଟିଏ ମୁଁ ଝିଅ ଟିଏ
ମୋ ମାଁ ଛାତି ର ମନ ଟିଏ
ପୁନେଇଁ ରାତି ର ଜହ୍ନ ଟିଏ।
ଝିଅ ଟିଏ ମୁଁ ଝିଅ ଟିଏ
ଜେଜେ ବାପା ଙ୍କ ଲଉଡ଼ି ଟିଏ
ଜେଜେମା କାନି କଉଡ଼ି ଟିଏ।
ଝିଅ ଟିଏ ମୁଁ ଝିଅ ଟିଏ
ଶିକ୍ଷକ ଙ୍କ ପ୍ରିୟ ଛାତ୍ରୀ ଟିଏ
ସ୍ନେହ ଶରଧାର ମୂର୍ତ୍ତି ଟିଏ।
ଝିଅ ଟିଏ ମୁଁ ଝିଅ ଟିଏ
ଈଶ୍ୱର ଙ୍କ ପାଇଁ ଭକ୍ତ ଟିଏ
କୋକିଳ କଣ୍ଠ ର ଗୀତ ଟିଏ।
ଝିଅ ଟିଏ ମୁଁ ଝିଅ ଟିଏ
ବକୁଳ ବନ ର ଫୁଲ ଟିଏ
ଗାଁ ଦଣ୍ଡର ଦେଉଳ ଟିଏ।
ଝିଅ ଟିଏ ମୁଁ ଝିଅ ଟିଏ
ଦୁଇ ଅକ୍ଷର ନାଆଁ ଟିଏ
ଭଉଣୀ, ପ୍ରତିୟନୀ ମାଆଁ ଟିଏ।

