"ଅପେକ୍ଷା ର ଅନ୍ତ"
ଜାଣିନାହିଁ କେବେ ସେ ଦିନ ଆସିବ
ଚଳଚଞ୍ଚଳ ମନ ଟି ମୋର ନିରବି ଯିବ
ଶେଷଥର ପାଇଁ ତୁମ କଥା ପଦେ ଶୁଣି
ଛୋଟ ହୃଦୟ ଟି ମୋର କଷ୍ଟ ପାଇବ।
ସେ କଥା ଯେବେ ଏ ମନ ଶୁଣିବ
ବିରହ ବ୍ୟଥା ରେ କୋହ ଆସିବ।
ସେ କୋହ କୁ ଯେବେ ଏ ହୃଦୟ ରୋକିବ
କାହିଁ କେତେ ପୁଣି ସେ ଯାତନା ସହିବ।
ଜାଣିଛି ଦିନେ ସେ ଦିନ ଆସିବ
ସେହିଦିନ ତୁମେ ଦୂରେଇ ଯିବ
ବାପା ,ବୋଉ,ପରିବାର କୁ ଗୁରୁତ୍ୱ ଦେଇ
ତୁମେ ବାରମ୍ବାର ମୋତେ ମିଛ କହିବ।
ତୁମର ମିଛ ସବୁ ଯେବେ ଧରା ପଡିବ
ଦୁହିଁ ଙ୍କ ଆଖିରୁ ବହୁ ଲୁହ ଝରିବ ।
ସେ ଲୁହ ରେ ଆମ ପ୍ରେମ କାହାଣୀ ଭିଜିବ
ଭିଜିଗଲା ପରେ ପ୍ରେମ ମଳିନ ପଡିବ ।
ପ୍ରେମ ଆମ ଯେବେ ମଳିନ ପଡିବ
ସେହିଦିନ ମନ ଦୁଇ ଆମ ଅଲଗା ହୋଇବ ।
ଅଲଗା ହେଲେ ବି ଆଶା ଅଛି ତୁମେ ଭଲ ରେ ରହିବ ।
ତୁମେ ଗଲା ପରେ ମୋର ସବୁ ଅପେକ୍ଷା ର ଅନ୍ତ ହୋଇବ।
*ରଞ୍ଜନ କୁମାର ମଲିକ*
ସ୍ନାତକୋତ୍ତର ଶିକ୍ଷକ (ରାଜନୀତି ବିଜ୍ଞାନ ବିଭାଗ)
ଭାରତୀ ବିହାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ
ହରିପୁର,ସୁକିନ୍ଦା,ଯାଜପୁର