ଅଲରା କେଶ କବି - ଅଭିମନ୍ୟୁ ପାତ୍ର

ଅଲରା କେଶ...

ପବନର ଦୁଷ୍ଟାମୀରେ ଯେବେ ଅଲରା କେଶ ତୁମର ମୁହଁକୁ ଯାଇ ଢାଙ୍କିଦିଏ,
କେଶର ସେଇ ଫାଙ୍କରୁ ଝଲସି ଉଠେ ତୁମ ମୁହଁ; ଯେମିତି ମେଘ ଫାଙ୍କରୁ ଜହ୍ନ ଲୁଚି ଲୁଚି ହସେ।
ଅଲରା କେଶର ସେଇ ଫାଙ୍କରେ
ଯେବେ ତୁମ ଆଖି ମୋତେ ଖୋଜେ, କେଜାଣି କାହିଁକି ସମୟ ସେଇଠି ଅଟକିଯାଏ,
ପବନ ନିରବ ହୋଇଯାଏ,
ଆଉ ମୋ ହୃଦୟ; ତୁମ ଚାହାଣୀରେ ନିଜକୁ ହଜାଇ ବସେ।

ତୁମ ଅଲରା କେଶ
ମୋ ପାଇଁ କେବଳ କେଶ ନୁହେଁ,
ସେ ତ ଏକ ଅଧାଲେଖା କବିତା,
ଯାହାର ପ୍ରତିଟି ଫାଙ୍କରେ ତୁମ ସୌନ୍ଦର୍ଯ୍ୟର ଅକ୍ଷର ଆଉ ମୋ ହୃଦୟର ନିରବ ଭାବନା ଲେଖା ଅଛି।

ସତ କହୁଛି;
ସେଇ ଚାହାଣୀ ମୋତେ ପ୍ରତିଥର ମାରିଦିଏ, ତଥାପି ମୁଁ ଚାହେଁ ପବନ ଆଉ ଟିକେ ବହୁ,
ତୁମ କେଶ ଆଉ ଟିକେ ଉଡୁ, ଆଉ ସେଇ ଫାଙ୍କରୁ ତୁମ ଆଖି
ମୋତେ ଆଉ ଥରେ ମାରିଦେଉ...

ଅଭିମନ୍ୟୁ ପାତ୍ର 
ଗୋପ, ପୁରୀ

Post a Comment

0 Comments
* Please Don't Spam Here. All the Comments are Reviewed by Admin.

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!