ଗ୍ରାମରେ ପଢିଲା ଗ୍ରାମରେ ବଢ଼ିଲା
ପରୀକ୍ଷା ରେ ଭଲ କଲା
ସେ କୁମର ମଣି ଉଚ୍ଚ ଶିକ୍ଷା ପାଇଁ
ସହରକୁ ଚାଲିଗଲା l
ଅବଶ୍ୟ ସେଠାରେ ପାଠ ଶାଠ ପଢ଼ି
ବଡ ହାକିମ ହୋଇଲା
ବଡ ଘର ଦେଖୁ ସହରିଆ ଝିଅ
ମଣ୍ଡପ ରେ ବାହା ହେଲା l
ବାହାଘର ବେଳ ବୃଦ୍ଧ ପିତାମାତା
କେତେ ଖୁସି ହେଉଥିଲେ
ଆଠ ଦିନ ପରେ ସେ ନବ ଦମ୍ପତି
ସହର କୁ ଚାଲିଗଲେ l
ବିକି ଜମିବାଡ଼ି ଗରିବୀ ରେ ସଢ଼ି
ପୁଅକୁ କରେ ମଣିଷ
ସୁନ୍ଦରୀ ଲଳନା ସହର ମୋହରେ
ଭୁଲେ ପିତାମାତା ଅବଶ୍ୟ l
ବଦ ହାକିମ ର ବାପ ହେବାଠରୁ
ଚାଷୀ ର ବାପ ଟି ଭଲ
ହାକିମ ର ବାପ ସେବାରୁ ବଞ୍ଚିତ
ଯନ୍ତ୍ରଣା ରେ କଲବଲ l
ଦିଲ୍ଲୀପ କୁମାର ପ୍ରଧାନ
ସହକାରୀ ଶିକ୍ଷକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ
ବାରବାଙ୍କ, ରେଢାଖୋଲ, ସମ୍ବଲପୁର