ଜନ୍ମାଷ୍ଟମି
ଅଷ୍ଟମୀ ତିଥିରେ ଅନ୍ଧକାର ଘରେ
ଦେବକୀ ମାତା ଉଦରେ
ଜଗତ ଉଦ୍ଧାର ପାଇଁକି ଶ୍ରୀହରି
ଅବତାର ନେଲ ଧରାଧାମରେ..
ଅଦ୍ଧକାର ଘର ଆଲୋକ ପାଇଲା
ପଲ୍ଲବୀ ଉଠିଲେ ଶୁଷ୍କ ତରୁଗଣ
ମଥୁରା ନରେଶ ନପାଏ ସନ୍ଦେଶ
ମୋହିତ କରିଲ ପ୍ରହରୀ ଗଣ...
ତୁମ୍ଭ ନିର୍ଦ୍ଦେଶରେ ପିତା ବସୁଦେବ
ପାଦରୁ ଫିଟିଲା ଲୁହା ଶାଙ୍କୋଳି
ତୁମ୍ଭ କୁ ଶିର ରେ ମୁନ୍ଡାଇଣ ପିତା
ତ୍ୱରିତେ ଚାଲିଲେ ଗୋପ ନଗରୀ
ଝଡିବରଷାରେ ଭିଜି ଯିବ ବୋଲି
ଫଣା ଉଭାରିଣ ବାସୁକୀ ନାଗ
ବାଲିକୁଦ ମଧ୍ୟେ ବାଟ ଦେଇଦେଲେ
ଯମୁନା ହୋଇଲେ ଦୁଇଟି ଭାଗ..
ରଚିଥିଲ ମାୟା ଜନମ ଆଗରୁ
ବୃନ୍ଦାବନେ ପହନ୍ଚିଲ ବନ୍ଦୀ ଗୃହରୁ
ଅଧର୍ମ ସଂସାରେ ବଢିବାରୁ ତୁମେ
ଜନମିଲ ପ୍ରଭୁ ଅଷ୍ଟମ ଗର୍ଭରୁ...
ମଥୁରାରୁ ଯାଇ ଗୋପରେ ରହିଲ
ଅମ୍ବିକା ଆସିଲେ ମଥୁରା ଚାଲି
ମଥୁରା ନରେଶ ଶିଳାରେ କଚାଡେ
ତତକ୍ଷଣେ ହେଲା ଶୂନ୍ୟରୁ ବାଣୀ..
ଗୋପପୁରେ ଯାଇ ଗୋପାଳ ମେଳରେ
ଦୁଷ୍ଟାମି କେତେ ମା ଯଶୋଦା କୋଳରେ
ମୟୂର ଚୂଳିଆ ହଟ ନାଗରିଆ
ବଦ୍ଧାହେଲ ପୁଣି ଗୋପୀ ପ୍ରେମରେ....
ବାଲ୍ୟଲୀଳା କଲ ତୁମେ ନିରୀହ ହୋଇ
ମୁକ୍ତି ଦେଲ ତୁମେ କଂସ ସଂହାରି
ମର୍ତ୍ତ୍ୟପୂରେ ଜନ୍ମି କଷ୍ଟ ସବୁ ସହି
କେବଳ ଧର୍ମର ସ୍ଥାପନା ପାଇଁ...
ତୁମେ ଅଟ ପରା ଶାନ୍ତି ମୁକ୍ତି ସଂହାରକତ୍ତା
କିଏ ଅଛି ପ୍ରଭୁ ତୁମ ପରିକା
ତୁମ ପାଖେ ନିଜକୁ ସମର୍ପଣ କରି
ଏ ଭବ ସାଗରୁ ଯିବି ମୁଁ ତରି.....
ସସ୍ମିତା ଲେଙ୍କା
ସିମୁଳିଆ,ବାଲେଶ୍ୱର

