ଅଭିସାରିକା (ଅନୁରାଧା ମହାପାତ୍ର)

 ◆◆ଅଭିସାରିକା◆◆

ଲେଖିକା:ଅନୁରାଧା ମହାପାତ୍ର



ପ୍ରେମ କାହିଁକି ହୁଏ..

ପ୍ରେମକଲେ କଣ ପୂର୍ଣ୍ଣତା ମିଳେ..

ପ୍ରେମ କଣ ଋତୁଟିଏ..

ଏ ସବୁ ପ୍ରଶ୍ନ ମୋ ମନରେ ଉଙ୍କିମାରେ।

ତୁମକୁ ଦେଖିଲା ପରେ.. 

ଏ ସବୁ ପ୍ରଶ୍ନର ଉତ୍ତର.. 

ମୁଁ ମୋ ନିଜ ଭିତରେ ଖୋଜିପାଏ।

ତୁମକୁ ଦେଖିଲା ପରେ ଜାଣିଲି.. 

ପ୍ରେମ ଆଦ୍ୟ ବସନ୍ତର ଋତୁଟିଏ..

ତୁମ ସହ କିଛିମୁହୂର୍ତ୍ତ ବିତେଇଲା ପରେ

ଅନୁଭବ କଲି ପ୍ରେମରେ ଆତ୍ମତୃପ୍ତି ଥାଏ।

ତୁମ ନିକଟରେ ମନର ଅକୁହାକଥା ସବୁକୁ

ପରିପ୍ରକାଶ କଲାପରେ ଜାଣିଲି

ତୁମେ ମୋର ଜନ୍ମ ଜନ୍ମର ସାଥିଟିଏ।

ପ୍ରତ୍ୟେକ ଆବେଗରେ ତୁମକୁ ଚାହିଁଲି..

ପ୍ରତ୍ୟେକ ମୁହୂର୍ତ୍ତରେ ତୁମକୁ ଲୋଡ଼ିଲି..

ପାଲଟିଗଲି ତୁମ ପ୍ରେମିକା..

ପାଲଟିଗଲି ତୁମ ଅଭିସାରିକା..

ପାଲଟିଗଲି ତୁମ ସ୍ୱପ୍ନର ନାୟିକା..।

ହଁ ପ୍ରେମ ହୁଏ ହେଇଯାଏ..

ଥରେ ନୁହେଁ ମନର ମଣିଷ ସହ

ଅନେକ ଥର ପ୍ରେମ ହୁଏ..।


ଜିଲ୍ଲା:ଯାଜପୁର, ବୈତରଣୀ ରୋଡ଼

Post a Comment

0 Comments
* Please Don't Spam Here. All the Comments are Reviewed by Admin.

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!