ଦିବା ସ୍ୱପ୍ନର ନାୟିକା (କବି - ପ୍ରକାଶ ମେହେର )

ଦିବାସ୍ଵପ୍ନର ନାୟିକା

କବି - ପ୍ରକାଶ ମେହେର 

ଦେଖିଛ କି ହେ! ତୁମେ
ଏ ସୌନ୍ଦଯ୍ୟର ଅପୁର୍ବ ରୂପ
କାହାର ସେ ସବୁ ତୁମେ ତ
ନିଶ୍ଚୟ ଜାଣିଥିବ ।

ସେ ସବୁ କ'ଣ ? ଆପଣ
ନାଁ, ତୁମେ ସେ ଜଗୁଆଳି
କାହା ପାଇଁ ତୁମେ ଅନିଦ୍ରାରତ
ସେ ନାୟିକା ଅରୂପୀ ।

କି ରୂପ ଲାବଣ୍ୟ ତୁମରି! ନାୟିକା
କାହୁଁ ବା ଖୋଜିହୁଏ ତୁମ ଛାୟା
ତୁମେ ମରିଚିକା ସଦୃଶ୍ୟ ଭାବ
ହୃଦୟର ତୁମେ ମାନସୀ ।

ଅର୍ଦ୍ଧ ରଜନୀର ନିଶା ନା ,ତୁମେ
ଶାନ୍ତ ନିରୋଳା ଆକାଶର ସ୍ୱପ୍ନ
କାହିଁ ତ ମୁଁ ଦେଖିନି ଏ ଯାଏ
ସେ ପ୍ରେମିକା ଲାବଣ୍ୟମୟୀ ।

ସବୁ ସେ ମରିଚିକା ନାଁ ! ସଦୃଶ୍ୟ
ଅଲିଭା ରଂଗର ଏକ ଛଦ୍ମ ରୂପ
ସେ କୁହୁକିନୀର କୁହୁକ ତ 
ନାଁ ସେ ସବୁ ପ୍ରହେଲିକା  ।

ଶରତ ଆଗମନ କି ? ସେ ବଧୂ
ତୁମେ ତ ଆକାଶର ଶଶିକାନ୍ତ
କେବେ ଦୃଶ୍ୟମାନ ବୃହତ୍‌ ତ
ଏ କେବେ ପୁର୍ଣ୍ଣିମା ରାତ୍ରୀ ।

ସେ ସ୍ମିତ ହସ ବଦନୀ କି ? ହେ
ଅନନ୍ୟା ଶୋଭା କାରିଣୀ ଧରିତ୍ରୀ
ଶୁଭ ସଂକେତ ପ୍ରଦାୟିନୀ ନା
ନା କାହା ପାଇଁ ଦିବାସ୍ୱପ୍ନ ।

ପ୍ରକାଶ ମେହେର
କୁଲିଆବାହାର
ଦେଓଗାଁ, ବଲାଙ୍ଗୀର

Post a Comment

0 Comments
* Please Don't Spam Here. All the Comments are Reviewed by Admin.

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!