ଧର୍ମପ୍ରାଣ ଲେଖକ/ଲେଖିକାଙ୍କୁ ଜାଗୃତି ପତ୍ରିକା ପକ୍ଷରୁ ଗଣେଶ ଚତୁର୍ଥୀର ହାର୍ଦ୍ଦିକ ଶୁଭେଚ୍ଛା

 ଧର୍ମପ୍ରାଣ ଲେଖକ/ଲେଖିକାଙ୍କୁ ଜାଗୃତି ପତ୍ରିକା ପକ୍ଷରୁ ଗଣେଶ ଚତୁର୍ଥୀର ହାର୍ଦ୍ଦିକ ଶୁଭେଚ୍ଛା



ଆମର ସମସ୍ତ ସମ୍ମାନିତ ପାଠକବର୍ଗ, ଶୁଭାକାଙ୍କ୍ଷୀ ଏବଂ ଜ୍ଞାନପିପାସୁ ଲେଖକ/ଲେଖିକାଙ୍କୁ ପବିତ୍ର ବିଘ୍ନରାଜ ଗଣେଶ ଚତୁର୍ଥୀ ର ଅଭିନନ୍ଦନ ଓ ମାଙ୍ଗଳିକ ଶୁଭେଚ୍ଛା।

ଜ୍ଞାନ, ବୁଦ୍ଧି, ସିଦ୍ଧି ଏବଂ ବିଦ୍ୟାର ଅଧିଷ୍ଠାତା, ଦେବଦେବ ମହାଦେବ ଏବଂ ମାତା ପାର୍ବତୀଙ୍କ ପ୍ରିୟତମ କୁମାର, ଆର୍ତ୍ତତ୍ରାଣ ବିଘ୍ନହର୍ତ୍ତା ଶ୍ରୀ ଶ୍ରୀ ଗଣେଶଙ୍କ ଅସୀମ କରୁଣା ଓ ପରମ କୃପା ଆପଣମାନଙ୍କ ଜୀବନରେ ସୁଖ, ସମୃଦ୍ଧି, ପ୍ରଗତି ଏବଂ ଶାନ୍ତିର ଅମୃତ ଧାରା ପ୍ରବାହିତ କରୁ, ଏହାହିଁ ଆମର ଏକାନ୍ତ କାମନା।

"ବିଘ୍ନ ବିନାଶକଙ୍କ ଅଭୟ ଚରଣରେ ପ୍ରଣାମ ଜଣାଇ, ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟ ନିର୍ବିଘ୍ନରେ ସମ୍ପନ୍ନ ହେଉ।"

ଆସନ୍ତୁ, ଏହି ମହାନ ପର୍ବର ପବିତ୍ର ଲଗ୍ନରେ ଆମ ଅନ୍ତରର ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଜ୍ଞାନର ଆଲୋକରେ ଜୀବନକୁ ଆଲୋକିତ କରିବା।

ସବିନୟ ପ୍ରଣାମ ସହ,

ସମ୍ପାଦକୀୟ ମଣ୍ଡଳୀ,

ଜାଗୃତି ପତ୍ରିକା

Post a Comment

0 Comments
* Please Don't Spam Here. All the Comments are Reviewed by Admin.

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!