*ମୋ ଗାଁ*
ଯାଇଛି ମୁ ସହରକୁ, ଦେଖିଛି ମୁ ବଡ଼ ବଡ଼ କୋଠା,
ତଥାପି କାହିଁ ମନେ ପଡେ ମୋର ଗାଁ କଥା ।
ଝାଟି ମାଟି ଚାଳ ଘରେ ସେଠି ଯେଉଁ ଖୁସି,
ରୁହନ୍ତି ସଭିଏଁ ସେଇଠି ମିଳିମିଶି ।
ଗାଁ ଦାଣ୍ଡେ ସକାଳ ହୁଏ ପକ୍ଷୀଙ୍କର ରାବରେ,
ସୁନା ଧାନ ହସି ଉଠେ ସବୁଜିଆ କ୍ଷେତରେ ।
ପୋଖରୀ କୂଳେ ସାଙ୍ଗସାଥୀ ହୁଅନ୍ତି ଏକାଠି,
ସନ୍ଧ୍ୟା ହେଲେ ଘରେ ଜଳେ ଦୀପର ବତୀ।
ମାଆର ହାତର ରନ୍ଧା ଭାତ ଲାଗେ ଭାରି ମିଠା,
ଗାଁ ମାଟିର ବାସ୍ନା ଦିଏ ମନକୁ ନୂଆ ଚିନ୍ତା।
ସହରର ଭିଡ଼ ଭିତରେ ଖୋଜେ ମୁଁ ସେଇ ଆପଣାପଣ,
ମୋ ଗାଁ ହିଁ ମୋର ଗର୍ବ, ମୋ ଗାଁ ହିଁ ମୋ ଜୀବନ।
ନାମ - ବିଶ୍ୱଜିତ୍ ମଲ୍ଲିକ
ସିମ୍ୱାଳି, ଫୁଲବାଣୀ , କନ୍ଧମାଳ