ପ୍ରିୟାର ବିରହ ( କବି - ଦିଲ୍ଲିପ କୁମାର ପ୍ରଧାନ )

**** ପ୍ରିୟା ର ବିରହ ****
ଏକୁଟିଆ ହେଲେ ମୁହିଁ 
ଶୋଇ ଶୋଇ ସ୍ବପ୍ନ ଦେଖେ 
ଏବଂ ବେଳେବେଳେ T.V.ଓ mobile ପାଖରେ ଘଣ୍ଟା ଘଣ୍ଟା ବସି ରହେ 
କିମ୍ବା ଖବର କାଗଜ,ମେଗାଜିନ,ସାପ୍ତାହିକି 
ଯେତେ ସବୁ ସାମାଜିକ  ମେଡ଼ିଆ 
ତା 'ର ମନମତାଣିଆ ପୃଷ୍ଠା ଗୁଡିକ ପଢିବସେ 
ଅଥବା କାଗଜ ଉପରେ ଲେଖିବସେ 
ମୋ ମନର ଅକୁହା କଥା ଯେତେ 
ଚିଠିରେ ହେଉ କି କବିତାରେ ହେଉ ଅତି ସନ୍ତର୍ପ ଣେ l 

     ତୁମେ ଦେଇଥିବା ସବୁ ପ୍ରତିଶ୍ରୁତି 
  କା ଆଗେ କହିବି 
ତୁମ ମମତାର ସ୍ନିଗ୍ଧ ଛାଇ 
କା ଆଖିରେ ପରଖିବି 
ବିଚିତ୍ର ରଙ୍ଗମଞ୍ଚ ଏ ପୃଥିବୀ 
ଜଣାଶୁଣା କଥା ଯେତେ 
ସେ ସବୁଠୁ ଆମ ସମ୍ପର୍କ ନିଆରା 
ସମୟ ସୁଅ ରେ ଭାସି ଗଲେବି 
ତୁମ ମୁହଁ ଭାସି ଉଠେ ମାନସ ପଟରେ 
ଖୁବ ନିରୋଳା ମୁହୂର୍ତ୍ତ ରେ 
ବିଶ୍ୱାସ ନହେଲେ ବି 
ଅପ୍ରତ୍ୟlଶିତ ତୁମର ସାକ୍ଷ୍l ତ 
ମୋ ମନ କୁ ବାରମ୍ବାର କରେ ଆନ୍ଦୋଳିତ 
ଲୁହର ସମୁଦ୍ର ଡେଇଁ 
ତୁମକୁ ଆପଣାଇ ନେବାର 
ସମସ୍ତ କାମନା ମୋର 
ହେଲାନି ଚରିତାର୍ଥ l

   ଦିଲ୍ଲୀପ କୁମାର ପ୍ରଧାନ 
ସହକାରୀ ଶିକ୍ଷକ,ବାରବାଙ୍କ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ 
ରେଢ଼ାଖୋଲ,ସମ୍ବଲପୁର

Post a Comment

0 Comments
* Please Don't Spam Here. All the Comments are Reviewed by Admin.

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!