ମାୟାବିନି ( କବି - ରତିକାନ୍ତ ଜେନା )

ମାୟାବିନୀ                                                                   
କବି - ରତିକାନ୍ତ ଜେନା

ଆସିଥିଲ ଦିନେ ମୋ ପାଖକୁ ତୁମେ 
ସପନରେ ହେଲା ଦେଖା.
ସପନେ ଡାକୁଛି ତୁମ ନାମ ଧରି 
ମନ ଉପବନ ଫାଙ୍କା.................... 

ପରମେଶ୍ୱରଙ୍କ ମୁକୁଳରୁ ତୁମେ 
ସାଜିଲ ଉତ୍ପଳ ଫୁଲ.
ଘନ ଅମ୍ବୁଦରେ ତୁମ ସ୍ମୃତି ବୁଲେ 
ବୁଝିନ ବରଷା ମୂଲ................. 

ମଧୁପର ସେହି ଗୁଣୁ ଗୁଣୁ ଶବ୍ଦ 
ସୁମନ ହସଇ ଲାଜେ.
ଜିମୂତ ଛିଞ୍ଚନେ କଳାପୀ ନୃତ୍ୟରେ 
ଏଇ ମନ ମୋର ଭିଜେ.................

ଅଂଶୁମାଳୀ ଢାଳେ ସୁନେଲି କିରଣ 
ପ୍ରଭାତରେ ତୁମ ପାଇଁ.
କାହିଁକି କେଜାଣି ତ୍ରିଦିବ ଦିଶୁଛି 
ପାରେନା ତୁମକୁ ଛୁଇଁ...................

ଅର୍ଣ୍ଣବ ତରଙ୍ଗ ଭାସି ଭାସି ଯାଏ 
ଯାମିନୀରେ ହୁଏ ଖୁସି.
ଚପଳା କିରଣ ଚକ ଚକ କରେ 
ଲାଜରେ ଦିଏ ମୁଁ ହସି..................

ବିହଙ୍ଗମ ଆଜି ଡାକ ଦିଏ ନାହିଁ 
ପାଦପ ପଡିଛି ଖାଲି.
ମାୟାବିନୀ ତୁମେ କଳକଣ୍ଠ  ସ୍ଵରେ 
ମନ ମୁଁ ହଜେଇ ଦେଲି..................

କେବେ ସାଜ ତୁମେ ଚିତ୍ରଭାନୁ ତେଜ 
କେବେ ବିଷ୍ନୁପଦୀ ଜଳ.
ଈକ୍ଷଣରୁ ଲୁହ ଦୁଇ ଟୋପା ଗଡେ 
ପାଏନାହିଁ ଥଳ କୂଳ....................

ଇନ୍ଦୁ ରାଇଜରେ ଗଢ଼ା ତୁମେ ହେଲ 
ହସ ତୁମ ନିର୍ଝରିଣୀ.
ଖଗ ଗାଏ ଗୀତ ତରଙ୍ଗିଣୀ କୂଳେ 
ରୂପ ତୁମ ମାୟାବିନୀ..................

ରତିକାନ୍ତ ଜେନା, ବିଲବଳରାମପୁର, କେନ୍ଦ୍ରାପଡା, 7077286580

Post a Comment

0 Comments
* Please Don't Spam Here. All the Comments are Reviewed by Admin.

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!