ମହାତ୍ମା ଗାନ୍ଧୀ
କବୟତ୍ରୀ:- ଲକ୍ଷ୍ମୀ ପ୍ରିୟା ରାଉତ
ପିତା କାବାଗାନ୍ଧୀ ମାତା ପୁତୁଳିଙ୍କ
ସୁଯୋଗ୍ୟ ସନ୍ତାନ ତୁମ
ଭାରତ ମାତାର ଅମୃତ ସନ୍ତାନ
ବିଖ୍ୟାତ ମୋହନ ନାମେ
ଜାତିର ଗରବ ଗଉରବ ତୁମେ
ସତ୍ୟ ଧର୍ମ ନ୍ୟାୟ ଧାରୀ
ତଡିଲ ଫିରିଙ୍ଗି ଦେଶରୁ ଆମର
ଅହିଂସା କୁ ଅସୁ କରି ।
ଜାତିର ଜନକ ହେ ପୂଜ୍ୟ ବାପୁଜୀ
ଧନ୍ୟ ତୁମ ବଳିଦାନ
ଦେଶ ମାତୃକାର ସେବାରେ ନିଜକୁ
କରିଦେଲ ନିୟୋଜିତ।
ବାକ୍ୟ ବୀର ନୁହଁ କର୍ମ ବୀର ବୋଲି
କହିବା କାର୍ଯ୍ୟ ଦେଖାଅ
ସମୟ ଜ୍ଞାନକୁ ସୂଚାଇବା ପାଇଁ
ଘଣ୍ଟା କୁ ଅଣ୍ଡାରେ ବାନ୍ଧ ।
ହେ ମହାତ୍ମା ତୁମେ ଶାନ୍ତି ର ପ୍ରତୀକ
ସାମରମତୀ ସାଧକ
ତ୍ରିରଙ୍ଗା ପତାକା ଉଡାଇ ଦେଶରେ
ରଖୁଲ ଜାତିର ଟେକ ।
ସମଗ୍ର ପୃଥିବୀ ଗାଉଅଛି ଆଜି
ତୁମରି ବିଜୟ ଗାଥା
ଧନ୍ୟ ତୁମ ତ୍ୟାଗ ଜାତିୟତା ପ୍ରୀତି
ନଇଁ ଯାଏ ମୋର ମଥା ।
ଲକ୍ଷ୍ମୀ ପ୍ରିୟା ରାଉତ
