ଶେଷ ଇଚ୍ଛା (ଆଦର୍ଶ ଭାଟି)

 ଶେଷ ଇଚ୍ଛା 

କବି:- ଆଦର୍ଶ ଭାଟି


ଯେବେ ଶବ ମୋର ଥିବ ଶ୍ମଶାନରେ
ଆପଣ ଆସିବେ ନିଶ୍ଚୟ,
ଦେଖିବେ କିପରି ଲୋକେ ମରିଗଲା ପରେ
ଆପଣାର କରି କୁହନ୍ତି।

ସତେ କି ଆପଣ ଆସିବେ ମୋତେ
ଦେଖିବା ପାଇଁ, ମୋତେ ବିଶ୍ୱାସ ହେଉନି,
କିନ୍ତୁ ସେହି ଶେଷ ଥର ପାଇଁ
ଆପଣଙ୍କୁ ହିଁ ମୋ ମନ ଖୋଜୁଥିବ।

ମୁଁ ଦେଖି ନପାରିଲେ ମଧ୍ୟ
ଆପଣଙ୍କ ଉପସ୍ଥିତି ଅନୁଭବ କରିବି ନିଶ୍ଚୟ,
ମୋ ଶୂନ୍ୟ ଆଖି ବି ହସିଉଠିବ
ପାଇ ଆପଣଙ୍କ ଶେଷ ପରିଚୟ।

ଲୁହ ଟୋପାଏ ଯଦି ଢାଳିଦେବେ ସେଠି
ମୋ ଚିତାର ନିଆଁ ଶାନ୍ତ ହୋଇଯିବ,
ମୋର ଏହି ଅସମ୍ପୂର୍ଣ୍ଣ କାହାଣୀ
ଆପଣଙ୍କ ଆସିବାରେ ପୂର୍ଣ୍ଣତା ପାଇବ।
ଆଦର୍ଶ ଭାଟି

Post a Comment

0 Comments
* Please Don't Spam Here. All the Comments are Reviewed by Admin.

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!