ପାରିବ କି ?
କବୟତ୍ରୀ:- ଦିପ୍ତିମୟୀ ଆଚାର୍ଯ୍ୟ।
ପାରିବ କି ଭୁଲିଯିବାକୁ,
ଯେଉଁ ମୁହଁକୁ ହୃଦୟ ଚିହ୍ନିଛି?
ପାରିବ କି ପୋଛିଦେବାକୁ,
ଯେଉଁ ନାଁକୁ ଆଖି ଲେଖିଛି?
ପାରିବ କି ନ କାନ୍ଦିବାକୁ,
ଯେତେବେଳେ ମନେ ପଡିବୁ?
ପାରିବ କି ନ ଖୋଜିବାକୁ,
ଯେତେବେଳେ ଭିଡରେ ହଜିବୁ?
ସବୁ ପାରିବି ବୋଲି ଭାବୁଥିଲି,
ତୁମକୁ ଭେଟିବା ଆଗରୁ,
ଏବେ ବୁଝିଲି କିଛି ପାରୁନି,
ତୁମକୁ ଛାଡିବା ପରଠୁ।
ପାରିବ କି ସକାଳ ଦେଖିବାକୁ,
ତୁମ ମେସେଜ୍ ବିନା?
ପାରିବ କି ରାତି ଶୋଇବାକୁ,
ତୁମ କଥା ଭାବିବା ବିନା?
ତୁମ ହସ ବିନା ଦିନ ଅଧୁରା,
ତୁମ ରାଗ ବିନା ରାତି ଅଧୁରା,
ତୁମେ କହିଥିଲ - "ସବୁଦିନ ଥିବି"
ଏବେ ସେ କଥା ବି ଅଧୁରା।
ପାରିବ କି ଏକା ରହିବାକୁ,
ତୁମ ବିନା ଏ ଦୁନିଆରେ?
ପାରିବ କି ସ୍ୱପ୍ନ ଦେଖିବାକୁ,
ତୁମେ ନ ଥିବା ନିଦରେ?
ଲୋକେ କୁହନ୍ତି - ସମୟ ସବୁ ଭୁଲାଇଦେବ,
ସମୟ ଘା' ଶୁଖାଇଦେବ,
କିନ୍ତୁ ସେମାନେ ଜାଣନ୍ତିନି,
କିଛି ଘା' କେବେ ଶୁଖେନା, ସେ ନାଁ ହେଇଯାଏ।
ଯଦି ପାରିବ ତେବେ କୁହ,
ମୁଁ କେମିତି ପାରିବି?
ତୁମେ ଶିଖାଇଲ ଭଲ ପାଇବା,
ଏବେ ଭୁଲିବା କେମିତି ଶିଖିବି?
ତୁମେ ତ ଚାଲିଗଲ, ହସି ହସି ଚାଲିଗଲ,
ମୁଁ ଏଠି ରହିଗଲି, ତୁମ ଛାଇ ସହ,
ପ୍ରତି ଜାଗାରେ ତୁମେ ଅଛ, ତୁମେ ନାହଁ,
ଏ କେମିତିକା ମାୟା?
ପାରିବନି... ସତରେ ପାରିବିନି,
ତୁମକୁ ଭୁଲି ଯିବାକୁ,
ଶ୍ୱାସ ଚାଲିଲା ଯାଏଁ ପାରିବିନି,
ତୁମ ବିନା ବଞ୍ଚିବାକୁ।
ଯଦି ଫେରିବାର ଥାଏ, ଫେରିଆସ,
ଏ ପ୍ରଶ୍ନର ଉତ୍ତର ହେଇ,
ଯଦି ନ ଫେରିବ, ତେବେ ରହିଯାଅ,
ମୋ ଶେଷ ପ୍ରଶ୍ନ ହେଇ - ପାରିବ କି?
ଦିପ୍ତିମୟୀ ଆଚାର୍ଯ୍ୟ।
