ମାଆ ଙ୍କ ଆଗମନୀ
ବିଶ୍ଵଜିତ ଶତପଥୀ (କେନ୍ଦ୍ରାପଡ଼ା)
ଆଶ୍ୱିନ ର ଆଗମନ ରେ,
ଶରତ ର ନବୀନ ଉନ୍ମାଦନାରେ,
ଝରା ଶେଫାଳୀ ର ବାସ ରେ,
କାଶତଣ୍ଡୀ ର ହସ ରେ ।
ବର୍ଷା ର ବିଦାୟ ବିଷାଦ ରେ,
ପଲ୍ଲଵ ରେ ପହିଲି କାକର ସ୍ପର୍ଶ ରେ,
ଅଶ୍ରୁସିକ୍ତ ନୟନ ର ପ୍ରତୀକ୍ଷା ରେ,
ମହିଷା ମର୍ଦ୍ଦିନୀ ରୂପରେ।
ନୀଳାମ୍ବର ନିର୍ମଳ ଛାୟା ରେ,
ପ୍ରକୃତି ର ଅପୂର୍ବ ମାଧୁର୍ଯ୍ୟ ରେ,
ମୃଦୁ ମଳୟ ସ୍ପର୍ଶ ରେ।
ଅଧର୍ମ ର ଧ୍ୱଂସ ଓ ଧର୍ମ ର ପ୍ରତିଷ୍ଠାନେ,
ନାରୀ ସାହସ ର ମୂର୍ତ୍ତିମନ୍ତ ରୂପରେ,
ଗୋଟିଏ ବର୍ଷ ର ଅପେକ୍ଷା ରେ,
ଦୁଷ୍ଟ ର ସଂହାର ନିମନ୍ତେ।
ଧରଣୀ ରେ ବିରାଜିତା ଦେବୀ ଦଶଭୂଜା
✍️ବିଶ୍ୱଜିତ୍

