ସାତ ସୁରେ ବନ୍ଧା ଏ ଜୀବନ
କବି:-ଜ୍ୟୋତି ରଞ୍ଜନ ପାତ୍ରଜୀବନ ସଙ୍ଗୀତ ବେସୁରା ବେସୁରା
ତାଳଲୟ ମଧ୍ୟେ ନରହିଲେ ସମନ୍ୱୟ
ସାତ ସୁରର ଅଦୃଶ୍ୟ ନାଦରେ
ସମାପିତ ହୁଏ କେତେ ଅଭିନୟ
ସାରେ ଗାମା ପାଧା ନି ସମାହାରେ
ଗୁଞ୍ଜରିତ ହୁଏ ପ୍ରେମ ଝଙ୍କାରର ମୂର୍ଚ୍ଛନା
ସୁଖ ଦୁଃଖ ହସ ଖୁସିର ମିଳନେ
ଜୀବନ ନାଆ କରେ ଯାତ୍ରା ସମାପନା
ଏ ଜୀବନ କେବେ ଗ୍ରୀଷ୍ମର ତାତି
କେବେ ଶୀତ ସକାଳର କଅଁଳ ଖରା
କେବେ ଫଗୁଣର ଫଲଗୁ ଭିଜା ସ୍ପର୍ଶ
କେବେ ଶ୍ରାବଣର ପ୍ରେମ ଛିଟା
ଇନ୍ଦ୍ରଧନୁଟି ସାତ ରଙ୍ଗେ ସଜ୍ଜା
ସାତ ସୁରେ ବନ୍ଧା ଏ ଜୀବନ
ଜୀବନଟି ନୁହଁ ଗୋଲାପର ଶେଯ
ଅଙ୍କା ବଙ୍କା ରାସ୍ତା କଣ୍ଟକପୂର୍ଣ୍ଣ
ହୃଦୟ ବୀଣାର ସୁକ୍ଷ୍ମ ସୁତାଖିଅ
ଅଟେ ପରା ଏ ଜୀବନ
ଜୀବନ ପକ୍ଷୀ ଟି ଉଡି ଚାଲିଗଲେ
ଆଉ କି ଶୁଭିବ ମୃଦ୍ୟୁ ଗୁଞ୍ଜନ..????
✍️ଜ୍ୟୋତି ରଞ୍ଜନ ପାତ୍ର
